ମଣିଷ ସଫଳତା ହାସଲ କରିବା ପାଇଁ ଜୀବନରେ ପରିଶ୍ରମ କରିବା ନିହାତି କରିବା ଆବଶ୍ୟକ l ଯେଉଁ ବ୍ୟକ୍ତି ପରିଶ୍ରମ କରିଥାଏ ତାକୁ ଯେବେବି ହେଉ ସଫଳତା ମିଳିଥାଏ l ସଫଳତା ହାସଲ କରିବା ପାଇଁ ଆଳସ୍ୟ ତ୍ୟାଗ କରିବା ନିହାତି ଉଚିତ l ଆମେ ଆଜି ଆପଣଙ୍କୁ ଗୋଟିଏ ଗପ ମାଧ୍ୟମରେ କହିବାକୁ ଚାହୁଁଛୁ ଯେ କଣ ପାଇଁ ପରିଶ୍ରମ କରିବା ଉଚିତ l
ଗପଟି ହେଲା – ଗୋଟିଏ ଶାଗୁଣା ର ୨ଟି ଛୁଆ ଥିଲା l ଦୁଇଜଣ ବଡ ହୋଇଗଲେ ,କିନ୍ତୁ ଉଡିବା ଶିଖି ପାରିଲେ ନାହିଁ l ପ୍ରତେକ ଦିନ ତାଙ୍କ ବାପା ତାଙ୍କୁ ପିଠି ରେ ବସାଇ ଜଙ୍ଗଲକୁ ନେଇ ଯାଇ ଥାଆନ୍ତି ,ଯେଉଁଠାରେ ୨ଟି ଛୁଆ ଖାଦ୍ୟ ଖାଇ ଥାଆନ୍ତି l ପୁଣି ସନ୍ଧ୍ୟା ହେବା ମାତ୍ରେ ତାଙ୍କ ପିତାଙ୍କ ସହିତ ପିଠି ଉପରେ ବସି ଘରକୁ ଫେରି ଥାଆନ୍ତି l ଏହିଭଳି ପ୍ରତେକଦିନ ତାଙ୍କ ପିତାଙ୍କ ସହିତ ଯାଆନ୍ତି ଓ ଆସନ୍ତି l ଛୁଆ ମାନେ ମଧ୍ୟ ଚିନ୍ତା କଲେ ଯେ ଆମକୁ ଉଡିବା ଆବଶ୍ୟକ ନାହିଁ ସେମାନେ ଭାବିନେଲେ ଯେ ଆମକୁ ପରିଶ୍ରମ କରିବାର ଆବଶ୍ୟକତା ନାହିଁ ,କାରଣ ଆମ ବାପା ତ ଅଛନ୍ତି l ଏହିଭଳି ଭାବରେ ଦୁଇଜଣ ଅଳସୁଆ ହୋଇଗଲେ l
ଯେତେବେଳେ ତାଙ୍କ ବାପା ଏହା ଜାଣି ପାରିଲେ ସେ ଛୁଆ ଦୁଇଜଣଙ୍କ ଅଳସୁଆମୀ ଦୂର କରିବା ପାଇଁ ଗୋଟିଏ ଉପାୟ ପାଞ୍ଚିଲେ l ପରଦିନ ସକାଳୁ ଛୁଆ ଦୁଇଟି ଙ୍କୁ ପିଠିରେ ବସାଇ ଖୁବ ଉଚକୁ ଉଡିଗଲେ ଓ ପିଠି ରୁ ଖସାଇ ପକାଇଲେ l ଯେତେବେଳେ ଛୁଆ ଦୁଇଟି ଉଚ ରୁ ଖସି ପଡିଲେ ସେତେବେଳେ ନିଜର ଡେଣା ଫଡ ଫଡ କଲେ ଓ ଆକାଶରେ ଉଡିବାକୁ ଲାଗିଲେ l ଯେତେବେଳେ ସେମାନେ ଘରେ ପହଞ୍ଚି ନିଜକୁ ମା ଙ୍କୁ ଏହି ବିଷୟରେ କହିଲେ ତାଙ୍କ ମା କହିଲେ ଯେଉଁମାନେ ପରିଶ୍ରମ କରନ୍ତି ନାହିଁ ତାଙ୍କୁ ଏହିଭଳି ଭାବରେ ବୁଝାଯାଏ l
ଜୀବନରେ ବିନା ପରିଶ୍ରମରେ କିଛି ହାସଲ ହୁଏ ନାହିଁ l ସବୁବେଳେ ନିଜର ଲକ୍ଷକୁ ପୁରା କରିବା ପାଇଁ ପରିଶ୍ରମ କରିବା ଆବଶ୍ୟକ l
