Odisha news

ଜୀଇଁଥିବା ଯାଏ ଲେଖୁଥିବି….

0

ସୁଭେନ୍ଦ୍ର ପଟ୍ଟନୟକ  : ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଓଡିଶାରେ ଏକସୁପରିଚିତ ନାମ । ବହୁମୁଖୀ ପ୍ରତିଭାର ଅଧିକାରୀ । ଏକାଧାରରେ ଜଣେ ସଫଳ ଅଧ୍ୟାପକ,ସୁସଂଗଠକ, ସୁବକ୍ତା, ସାରସ୍ୱତ ସାଧକ, ଆଗଧାଡିର ଶିକ୍ଷକ ନେତା ଓ ସର୍ବୋପରି ଜଣେ ସୁନାମ ଧନ୍ୟ ସ୍ତମ୍ଭକାର ରୂପେ ସେ ଖୁବ୍ ଜଣାଶୁଣା । ୨୦୦୯ ମସିହାରୁ ବିଭିନ୍ନ ପ୍ରତିଷ୍ଠିତ ଖବର କାଗଜରେ ସ୍ତମ୍ଭ ଲେଖି ଅନେକ ସମ୍ବର୍ଦ୍ଧନା ପାଇଛନ୍ତି । ‘ପ୍ରଜାତନ୍ତ୍ର ଫିଚର ସମ୍ମାନ’, ଅବନୀ ବରାଳ ସ୍ମୃତି ସମ୍ମାନ ଓ ଦୈନିକ ଖବର କାଗଜ ସାହାଣମେଲା ତରଫରୁ ସେ ବିଭିନ୍ନ ସମୟରେ ପୁରସ୍କୃତ ହୋଇଛନ୍ତି । ଏଥିସହିତ ଜଣେ ସୁବକ୍ତା ଭାବେ ସେ ବାଗ୍ମୀଭୂଷଣ ଓ ବାଗ୍ମୀରତ୍ନ ସମ୍ମାନ ମଧ୍ୟ ପାଇଛନ୍ତି । ସେହିପରି ପୂଜ୍ୟପୂଜା ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ସେ ଗଢିଛନ୍ତି ଜଗତସିଂହପୁର ସାରସ୍ୱତ ପରିଷଦ ।

ଅଦ୍ୟାବଧି ସେ ଏହି ପରିଷଦର ପ୍ରତିଷ୍ଠାତା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଏଥିସହିତ ‘ଜଗତସିଂହପୁର ଶ୍ରୀ’ ଓ ‘ମାଟିର ଗୈାରବ’ ସମ୍ମାନ ତାଙ୍କ ଅନନ୍ୟ ପ୍ରତିଭାର ପ୍ରମାଣ ଦିଏ । ଏତଦ୍ ବ୍ୟତୀତ ଜଣେ ଛାତ୍ରବସôଳ ଅଧ୍ୟାପକ ଭାବେ ସେ ସମସ୍ତଙ୍କ ପାଖରେ ପ୍ରିୟପାତ୍ର ଥିଲେ । ନିକଟରେ ଗତ ନଭେମ୍ବର ୩୦ ତାରିଖରେ ସେ ଆଦିକବି ସାରଳଦାସ ମହାବିଦ୍ୟାଳୟ, ତିର୍ତ୍ତୋଲରୁ ବରିଷ୍ଠ ଅଧ୍ୟାପକ ଭାବେ ଅବସର ନେଇଛନ୍ତି । ତାଙ୍କ ସହିତ ସାକ୍ଷାତକାରର କିଛି ଅଂଶ ଏଠାରେ ପ୍ରକାଶ କରାଯାଉଛି ।
ରିପୋର୍ଟ-
ପ୍ରଶ୍ନ ୧) ଅଧ୍ୟାପନା ସହିତ ଆପଣ ଲେଖାଲେଖିକୁ କାହିଁକି ପ୍ରାଧାନ୍ୟ ଦେଲେ?
ଉତ୍ତର- ମୋ ବାପା ପଣ୍ଡିତ ସ୍ୱର୍ଗତ ସୁଦର୍ଶନ ଆଚାର୍ଯ୍ୟ ଜଣେ ପ୍ରବୀଣ ସଂସ୍କୃତ ବିଦ୍ୱାନ ଥିଲେ ।ସେ ସଂସ୍କୃତରେ ସାହିତ୍ୟ ଏକାଡେମୀ ପୁରସ୍କାର ସହ ରାଜ୍ୟ ସ୍ତରରେ ସଂସ୍କୃତରେ ଭାଷଣ ଦେଇ ସ୍ୱର୍ଣ୍ଣ ପଦକ ପାଇଥିଲେ । ତେଣୁ ପିଲାଦିନୁ ତାଙ୍କ ପ୍ରେରଣାର ପ୍ରଭାବ ମୋ ଉପରେ ପଡିଥିଲା । ତେଣୁ ଛାତ୍ରାବସ୍ଥାରୁ ମୁଁ ଲେଖାଲେଖି ସହ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ଅନେକ ଥର ସଫଳତା ହାସଲ କରିଥିଲି ।

ପ୍ରଶ୍ନ ୨) ଜଣେ ଅଧ୍ୟାପକ ଭାବେ ଆପଣଙ୍କ ଅନୁଭୂତି ସମ୍ପର୍କରେ ସମ୍ୟକ ସୂଚନା ଦେବେକି?
ଉତ୍ତର- ଦୀର୍ଘ ୩୬ ବର୍ଷର ଅଧ୍ୟାପନା ଜୀବନରେ ମୁଁ ଲକ୍ଷ୍ୟ କରିଛି ଯେ, ପାଠ ପଢାଇବା ଏକ ସହଜ କାମ ନୁହେଁ । ଜଣେ ଅଧ୍ୟାପକ କେତେ ଜାଣିଛନ୍ତି ତାହା ବଡକଥା ନୁହେଁ, କିନ୍ତୁ ସିଏ କେତେ ସରଳ ଭାବରେ ବିଦ୍ୟାର୍ଥୀଙ୍କୁ ପାଠ ପଢାଉଛନ୍ତି ତାହା ହେଉଛି ବଡକଥା ।ଅଧ୍ୟାପକ ଓ ଅଧ୍ୟାପିକାମାନେ ପାଠ ପଢାଇବା ବେଳେ ଏହି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଜରୁରୀ ।

ପ୍ରଶ୍ନ ୩) ବିଦ୍ୟାର୍ଥୀମାନଙ୍କ ପାଇଁ ଆପଣଙ୍କର କି ସନେ୍ଦଶ ରହିବ?
ଉତ୍ତର- ବିଦ୍ୟାର୍ଥୀମାନଙ୍କୁ ମୁଁ ଏତିକି କହିବି ଯେ, କଠିନ ପରିଶ୍ରମର ବିକଳ୍ପ କିଛି ନାହିଁ । ଦୃଢ ଇଛାଶକ୍ତି ଓ ଗଭୀର ଆତ୍ମ ବିଶ୍ୱାସ ସଫଳତାର ଚାବିକାଠି । ସେମାନଙ୍କୁ ମନେରଖିବାକୁ ହେବ ଯେ, ସଫଳତାର ରାସ୍ତା ବହୁତ ଲମ୍ବା । ସଫଳତା ହାସଲ ପାଇଁ ନିରନ୍ତର ପ୍ରୟାସ ଦରକାର ।

ପ୍ରଶ୍ନ ୪) ଜଗତସିଂହପୁର ସାରସ୍ୱତ ପରିଷଦ ଗଠନ କରିବାର ମୁଖ୍ୟ ଉଦେ୍ଦଶ୍ୟ କ’ଣ?
ଉତ୍ତର- ଆଜିର ଯୁବ ସମାଜ ପୂର୍ବସୂରୀମାନଙ୍କୁ ଭୁଲିଯିବାକୁ ବସିଲେଣି । ପୂଜ୍ୟପୂଜା ଆଉ ନାହିଁ । ତେଣୁ ଆମର ବରପୁତ୍ରମାନଙ୍କର କଥା ଓ ଗାଥାକୁ ଉତ୍ତର ପିଢି ପାଖରେ ପହଞ୍ଚାଇବା ଓ ପୂଜ୍ୟପୂଜା ପରମ୍ପରାକୁ ଉଜ୍ଜିବୀତ କରିରଖିବା ପାଇଁ ଏହି ପରିଷଦ ୨୦୦୯ ମସିହାରୁ ଗଠନ କରାଯାଇଛି ।

ପ୍ରଶ୍ନ ୫) ଅଦ୍ୟାବଧି ଆପଣ କେତୋଟି ନିବନ୍ଧ ଲେଖି ସାରିଲେଣି ଓ କେଉଁ ନିବନ୍ଧ ଗୁଡିକ ଆପଣଙ୍କୁ ଅଧିକ ଆତ୍ମ ସନ୍ତୋଷ ଦେଇଛି?
ଉତ୍ତର- ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ନିବନ୍ଧ ଲେଖି ସାରିଲେଣି । ତନ୍ମଧ୍ୟରୁ ଅପସଂସ୍କୃତି ପଶାପାଲିରେ ସଂସ୍କୃତି, ମାନପତ୍ରର ମାନ ହ୍ରାସ, ସମାନ କାମକୁ ଅସମାନ ଦରମା, ଲିଭିଯାଉଛି ଶିଶୁ ଓଠର ହସ, କରୋନା ଆଣିଛି ମାସ୍କ ସଂସ୍କୃତି, ପରିବର୍ତ୍ତନ ସ୍ରୋତରେ ସଂସ୍କୃତି ଓ ପରମ୍ପରା, ଧଇଲା ମାଛ ଖାଇଲା ନାହିଁ, ଆମେ ନିରକ୍ଷରତାରେ ଚମ୍ପିୟାନ, କରୋନା ମୁକ୍ତ ବିଶ୍ୱର ପରିକଳ୍ପନା ଆଦି ନିବନ୍ଧ ଗୁଡିକ ମୋତେ ଖୁବ୍ ଆତ୍ମ ସନ୍ତୋଷ ଦେଇଛି ।

ପ୍ରଶ୍ନ ୬) ଆପଣ ଯେଉଁ ମାଟିରେ ଜନ୍ମ ଗ୍ରହଣ କରଛନ୍ତି, ସେ ମାଟି ସମ୍ପର୍କରେ ଆପଣ କ’ଣ କହିବେ?
ଉତ୍ତର- ମୁଁ ଯେଉଁ ମାଟିରେ ଜନ୍ମ ନେଇଛି, ସେ ମାଟିର ଆରଧ୍ୟ ଦେବୀ ମା’ ସାରଳା । ଏ ମାଟି ହେଉଛି କଥାକୁହା ମାଟି । ଏଠି ମଆଙ୍କ କୃପା ଲାଭକରି ସିଦେ୍ଧଶ୍ୱର ପରିଡା ସାରଳାଦାସ । ତେଣୁ ସେ ଏ ମାଟିର ବିଶ୍ୱବିଖ୍ୟାତ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ଆତ୍ମଜୀବନୀ ‘ମୋର ଛାତ୍ର ଜୀବନ’,

Leave A Reply