Odisha news

ବଡି ଶେମିଂ ଉପରେ ଶ୍ରୁତିଙ୍କ ଜବାବ

0

ଅଭିନେତ୍ରୀ ଶ୍ରୁତି ହାସନ୍‌ ବଡି ଶେମିଂକୁ ହାଲ୍‌କା ଭାବେ ନ ନେବାକୁ କହିଛନ୍ତି । ସେ ଏକ ସୋସାଲ ମିଡିଆ ପୋଷ୍ଟ୍‌ ଜରିଆରେ ମୁହଁତୋଡ଼ ଜବାବରେ କହିଛନ୍ତି, ‘ମୋତେ ଅନ୍ୟର ରାୟରେ ଫରକ ପଡ଼େନି । ହଁ ମୁଁ ସର୍ଜରୀ କରିଛି । ହେଲେ ମୁଁ ଏହାକୁ ପ୍ରମୋଟ୍‌ କରୁନି କି ଏହା ବିରୋଧରେ ବି ନାହିଁ । ସେ ଇନ୍‌ଷ୍ଟାରେ ନିଜର ଫଟୋ ସେୟାର୍‌ କରି କହିଛନ୍ତି ମୋର ବିଶ୍ୱାସ ଯେ ମୁଁ ଯାହା କହିବାକୁ ଚାହୁଁଛି ମହିଳାମାନେ ତାକୁ ରିଲେଟ୍‌ କରିବେ । ଅନେକ ଥର ମୁଁ ମାନସିକ ଓ ଶାରୀରିକ ଭାବେ ହର୍ମୋନ ଦ୍ୱାରା ପ୍ରଭାବିତ ହେଉଛି ଓ ଅନେକ ବର୍ଷ ହେବ ଏଥିରେ ସାମଞ୍ଜସ୍ୟ ଆଣିବା ପାଇଁ କଠିନ ପରିଶ୍ରମ କରୁଛି । ଏହା ସହଜ ନୁହେଁ । ମୋ ଲାଇଫ୍‌, ମୋ ଚେହେରା ଓ ମୁଁ ପ୍ଲାଷ୍ଟିକ୍‌ ସର୍ଜରୀ କରିଛି । ଯିଏ ଯାହା ଭାବିଲେ ମୋର କିଛି ଫରକ୍‌ ପଡ଼ିବ ନାହିଁ ।’ ଶ୍ରୁତିଙ୍କ ପୋଷ୍ଟ୍‌କୁ ଫଲୋୟର୍‌ ପସନ୍ଦ କରିଛନ୍ତି । ସେ ପୂର୍ବରୁ ଏକ ଇଣ୍ଟରଭୁ୍ୟରେ ମଧ୍ୟ ବଡି ଶେମିଂ କଥା କହିଥିଲେ । ଶ୍ରୁତି ୨୦୦୯ରେ ‘ଲକ୍‌’ ଫିଲ୍ମରୁ ବଲିଉଡ୍‌ରେ ଡେବୁ୍ୟ କରିଥିଲେ । ଏଥି ସହ ଅନେକ ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ‘ବହନ ହୋଗି ତେରି’ ବଲିଉଡ୍‌ରେ ତାଙ୍କ ଗତ ଫିଲ୍ମ ଥିଲା ।

Leave A Reply