Odisha news

ଦୃଷ୍ଟିହୀନ ଦିବ୍ୟାଙ୍ଗଙ୍କ ଭଜନ ସମାରୋହ

0

ବାସୁଦେବପୁର: କିଏ କହିଲା ସେମାନଙ୍କ ଭିତରେ ପ୍ରତିଭା ନାହିଁ । ସେମାନେ ସମାଜର ଅବହେଳିତ ଓ ନିଷ୍ପେସିତ ବୋଲି । ସେମାନଙ୍କୁ କିଛି ଜଣା ନାହିଁ ବୋଲି । ଏହାକୁ ଭୁଲ୍‍ ପ୍ରମାଣିତ କରିଛି ମହାବୀର ଭକ୍ତିସାଗର ଦୃଷ୍ଟିହୀନ ଭଜନ ସନ୍ଧ୍ୟାର କର୍ମକର୍ତ୍ତା ଗଣ । ବାଲୋଶ୍ୱର ଓ ଭଦ୍ରକ ଜିଲ୍ଲାର ଦୃଷ୍ଟିହୀଦ ଦିବ୍ୟାଙ୍ଗମାନଙ୍କୁ ନେଇ ଆରମ୍ଭ କରିଛନ୍ତି ଏକ ଭଜନ ସନ୍ଧ୍ୟା ଦଳ । କାହା ପାଖରେ ହାତ ପାତିବେ ନାହିଁ । ଅନ୍ୟର କରୁଣାକୁ ଅପେକ୍ଷା କରିବେ ନାହିଁ । ନିଜ ମଧ୍ୟରେ ଥିବା ପ୍ରତିଭାକୁ ପ୍ରଦର୍ଶନ କରି ବେଶ୍‍ ଦିପଇସା ରୋଜଗାର କରିବାର ବାଟ କରିଛନ୍ତି ।

ସେମାନେ କେଉଁ ପେସାଦାର କଳାକାରଙ୍କ ଠାରୁ କେଉଁ ଗୁଣରେ କମ ନୁହଁନ୍ତି । ଭଗବାନ ଦେଖାର ଶକ୍ତି କମାଇ ଦେଇଛନ୍ତି ସିନା ହେଲେ ତାଙ୍କ ମଧ୍ୟରେ ଭରି ଦେଇଛନ୍ତି ସୁନ୍ଦର କ= । ଯାହା ସନ୍ତୋଷ ବେହେରା ନାମକ ବ୍ୟକ୍ତଙ୍କ ସାହାର୍ଯ୍ୟରେ ବୁଲି ବୁଲି ଭଜନ ସନ୍ଧ୍ୟାରେ ରୋଜଗାରକ୍ଷମ ହୋଇ ପାରିଛନ୍ତି । ଏହି ଭଜନ ସନ୍ଧ୍ୟାରେ ରାଜେଶ ବିଶୋଇ,ମୃତ୍ୟୁଞ୍ଜୟ ବେହେରା,ସତ୍ୟନାରାୟଣ ବିଶୋଇ,ଗୋବିନ୍ଦ ଜେନା,ବାଳକୃଷ୍ଣ ସ୍ୱାଇଁ,ଅବିନାଶ ଚାନ୍ଦ,ପ୍ରତ୍ୟୁଷ କୁମାର ପାକଳ,ପଦ୍ମିନୀ ପଣ୍ଡା ପ୍ରମୁଖ ସୁମଧୂର କ=ରେ ଜଗନ୍ନାଥଙ୍କ ଭଜନ ପରିବେଷଣ କରୁଛନ୍ତି ।

ବାସୁଦେବପୁର ନିଳମଣି ମାର୍କେଟ କମ୍ପ୍ଲେକ୍ସ ଆଗରେ ଭଜନ ସନ୍ଧ୍ୟା ପରିବେଷଣ କରିଥିଲେ । ଶହ ଶହ ଲୋକ ରୁଣ୍ଡ ହୋଇ ଭଜନ ଶୁଣିବା ସହିତ ମୁକ୍ତ ହସ୍ତରେ ଦାନ କରିଥିଲେ । କିଏ ତବଲା ବଜାଉଛି ତ ପୁଣି କିଏ କେସିଓ । ପୁଣି ବିଭିନ୍ନ ବାଜା ବଜାଇ ଭଜନ ପରିବେଶର କରୁଛନ୍ତି । କେବଳ ସାଉଣ୍ଡ ଭଡାରେ ଆଣି ଚାଳାଇଛନ୍ତି । ଯେଉଁଠି ପ୍ରଗ୍ରମା କଲେ ପାଖ ଦୋକାନ କିମ୍ବା ଘରୁ ବିଦ୍ୟୁତ ସଂଯୋଗ କରି ଚଳାଇ ଦିଅନ୍ତି । ଯାହା ସାଧାରଣ ଲୋକଙ୍କ ଠାରୁ କେଉଁ ଗୁଣରେ କମ ନୁହନ୍ତି ବୋଲି ପ୍ରମାଣିତ କରିଛନ୍ତି ଏହି ଗ୍ରୃପର ସଦସ୍ୟମାନେ । ସରକାର ଏହି ସଦସ୍ୟମାନଙ୍କୁ ସହାୟତା ରାଶି ଯୋଗାଇ ଦେଲେ ଏମାନେ ବେଶ୍‍ ଦିପଇସା ରୋଜଗାର କରିପାରନ୍ତେି ।

Leave A Reply