ନୂଆଦିଲ୍ଲୀ: ଛୋଟ ସାପ ହେଉ ଅବା ବଡ଼ ସାପ ନାମ ଶୁଣିଲେ ହିଁ ମନରେ ଭୟ ଆସିବା ସହିତ ଲୋମମୂଳ ଟାଙ୍କୁରି ଉଠିଥାଏ। ସାପ ସହିତ ଜଡ଼ିତ ଥିବା ଅନେକ ରହସ୍ୟ ପୂର୍ବରୁ ଶୁଣିଛେ। କିନ୍ତୁ ସାପ କେବେ ତଉଲିଆ ଗିଳି ଦେବା ଘଟଣା ଶୁଣିଛନ୍ତି? ଏମିତି ଏକ ଖବର ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି।
ସମୁଦ୍ର କୂଳରୁ ଉଦ୍ଧାର ହୋଇଥିବା ମାନ୍ଟି ନାମକ ଏକ ଅଜଗର ସାପ ତଉଲିଆ ଗଳି ଦେଇଥିଲା। ସାପର ଓଜନ ବୟସ ତୁଳନାରେ ଅଧିକ ଥିବାରୁ ତାକୁ ପଶୁ ଚିକିତ୍ସାଳକୁ ଅଣାଯାଇଥିଲା। ସେଠାରେ ଯାଞ୍ଚ ପରେ ଅଜଗର ସାପ ତଉଲିଆ ଗିଳି ଦେଇଥିବା ଡାକ୍ତର କହିଥିଲେ।

ସାସ୍ ଆଭିଆନ୍ ଆଣ୍ଡ ଏକ୍ସାଟିକ୍ସରେ ମାନ୍ଟିର ଚିକିତ୍ସା କରାଯାଇଥିଲା। ଅସ୍ତ୍ରୋପଚାର ପରେ ତା’ ପେଟରୁ ଏକ ବଡ଼ ତଉଲିଆକୁ ଡାକ୍ତର ବାହାର କରିଥିଲେ। ଯାହକି ଆପଣ ଉପରୋକ୍ତ ଫଟୋରେ ଦେଖି ପାରିବେ। ୧୮ବର୍ଷର ଅଜଗର ସମୁଦ୍ର କୂଳରେ ବୁଲୁଥିବା ସମୟରେ ଏହି ତଉଲିଆକୁ ଗିଳି ଦେଇଥିବା ଜଣାପଡ଼ିଥିଲା। ଅସ୍ତ୍ରୋପଚାର ପରେ ମାନ୍ଟି ଅଜଗର ସୁସ୍ଥ ରହିଥିବା ଡାକ୍ତର କହିଛନ୍ତି।