Odisha news

ଗୀତାରେ କହିଛନ୍ତି ଶ୍ରୀକୃଷ୍ଣ , ଜୀବନରେ ସବୁଠୁ ଜରୁରୀ ଏହି ୪ଟି କଥା

0
ଶ୍ରୀମଦ୍ଭଗବତ ଗୀତାରେ ଭଗବାନ କୃଷ୍ଣଙ୍କ ବାଣୀ ବର୍ଣନା ହୋଇଛି l ଗୀତାର ଏହି ଉପଦେଶ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଦେଇଥିଲେ l ଗୀତାରେ ଦିଆଯାଇଥିବା ଉପଦେଶ ଆଜି ମଧ୍ୟ ସେତିକି ମହତ୍ଵପୁର୍ଣ l ଏହାର ଗୁରୁତ୍ୱ ମଣିଷ ଜୀବନ ରେ ସର୍ବଦା ରହିଥିବ l ଭଗବତ ଗୀତେ ୪ଟି ଜିନିଷକୁ ମଣିଷ ଜୀବନ ରେ ଖୁବ ଗୁରୁତ୍ୱ ଦିଆଯାଇଛି l
ଜୀବନରେ ସବୁଠୁ ଜରୁରୀ ଏହି ୪ଟି ଜିନିଷ -:
୧ – ଶ୍ରୀମଦ୍ଭଗବତ ଗୀତା ଅନୁସାରେ ଆମକୁ ସର୍ବଦା ବ୍ୟକ୍ତି କୁ ନିଜର ସ୍ଵଭାଵ ଅନୁସାରେ ନିଜର କାର୍ଯ୍ୟ ଓ ଜୀବିକା ବାଛିବା ଉଚିତ l ସବୁବେଳେ ସେହି କାର୍ଯ୍ୟ କୁ ବାଛିବା ଜରୁରୀ ଯାହାଦ୍ୱାରା ଆପଣଙ୍କୁ ଖୁସି ମିଳିଥାଏ l ଏହାଛଡା ନିଜର ପ୍ରକୃତିର ସାମର୍ଥ୍ୟ ଅନୁସାରେ କାମ କରିବା ଉଚିତ l
୨ – ଶ୍ରୀମଦ୍ଭଗବତ ଗୀତା ଅନୁସାରେ କାର୍ଯ୍ୟ କରିବା ସମୟରେ ବ୍ୟକ୍ତି କୁ କଦାପି ନିଜର ଅତୀତ ବିଷୟରେ ଭାବିବା ଉଚିତ୍ ନୁହେଁ କିମ୍ବା ଆଗର କଥା କିଛି ଚିନ୍ତା କରିବା ଉଚିତ୍ ନୁହେଁ । ଗୀତା ର ବାଣୀ ଅନୁସାରେ ଯେଉଁ କାର୍ଯ୍ୟ ଆପଣଙ୍କ ହାତରେ ବର୍ତ୍ତମାନ୍ ଆପଣଙ୍କ ପାଇଁ ଶ୍ରେଷ୍ଠ ଅଟେ । ତେଣୁ ଆପଣଙ୍କ କାର୍ଯ୍ୟ ଆପଣଙ୍କ ପାଇଁ ସର୍ବଦା ଶ୍ରେଷ୍ଠ ।
୩- ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଅର୍ଜୁନ ତମେ ମୋର ଚିନ୍ତା କରନାହିଁ ଓ ନିଜର କର୍ମ କରିଚାଲ । କର୍ମକୁ ଛାଡ଼ି କେବଳ ଈଶ୍ୱର ଙ୍କ ନାମ ଜପ କରିବା ଉଚିତ ନୁହେଁ । କର୍ମ ବିନା ଜୀବନ ଅସ୍ତିତ୍ବ ବିହୀନ । କର୍ମ ଦ୍ଵାରା ମନୁଷ୍ୟ ସିଦ୍ଧି ପ୍ରାପ୍ତି କରିଥାଏ ।
୪- ଗୀତାରେ କୁହାଯାଇଛି ଯେ ଶିକ୍ଷା ଓ ଜ୍ଞାନ ସେହି ବ୍ୟକ୍ତି ଲାଭ କରିଥାଏ , ଯାହା ମଧ୍ୟରେ ଇଚ୍ଛାଶକ୍ତି ରହିଛି । ବିନା ଗୁରୁ ରେ କୌଣସି ଶିକ୍ଷା ଗ୍ରହଣ କରିବା ମୂଲ୍ୟହୀନ ଅଟେ । କାରଣ ଗୁରୁ ହେଉଛନ୍ତି ଜୀବନ ର ପଥ ପ୍ରଦର୍ଶକ ।
Nalco
Leave A Reply