Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

 କଟକ ଏସ୍‍ସିବି ମେଡିକାଲ୍‍ କଲେଜ୍‍ରେ କୋଭିଡ୍‍ ପରୀକ୍ଷା ଆରମ୍ଭ ହୋଇଛିା ଫଳରେ ରାଜ୍ୟରେ ବର୍ତ୍ତମାନ ତିନୋଟି ସ୍ଥାନରେ କୋଭିଡ୍‍ ପରୀକ୍ଷା ହୋଇପାରୁଛିା ସେଗୁଡ଼ିକ ହେଉଛି ଆର୍‍ଏମ୍‍ଆର୍‍ସି, ଏମସ୍‍ ଓ ଏସ୍‍ସିବି ମେଡିକାଲ୍‍ କଲେଜ୍‍ା ଅନ୍ୟ ଦୁଇଟି ମେଡିକାଲ୍‍ କଲେଜ୍‍ରେ କୋଭିଡ୍‍ ପରୀକ୍ଷା ଆରମ୍ଭ କରିବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତିା
 ରାଜ୍ୟର ୪୩୩୮ଟି ଗ୍ରାମ ପଞ୍ଚାୟତରେ ଆଜି ୧,୭୫,୩୮୫ ଜଣ ଓ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା
 ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତିା ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛିା ବର୍ତ୍ତମାନ ସୁଦ୍ଧା ୨୭୬ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୯,୮୩୮ ଶ୍ରମଜୀବୀଙ୍କୁ ରଖାଯାଇଛିା ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍‍ଲାଇନ୍‍ ୧୮୦୦୩୪୫୬୭୦୩ କାର୍ଯ୍ୟ କରୁଛିା
 ରାଜ୍ୟର ୧୧୪ଟି ପୌରାଞ୍ଚଳରେ ସମୁଦାୟ ୩୨,୫୩୮ ଶଯ୍ୟା ସମ୍ବଳିତ ୩୭୭ଟି ସଙ୍ଗରୋଧ କେନ୍ଦ୍ର (କ୍ୱାରାଣ୍ଟାଇନ୍‍ ସେଣ୍ଟର) ଚିହ୍ନଟ କରାଯାଇଛିା
 ଆମ୍ବୁଲାନ୍ସର ଅପବ୍ୟବହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତିା
 ହଜରତ୍‍ ନିଜାମୁଦ୍ଦିନ୍‍ରୁ ଓଡ଼ିଶା ଫେରିଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ସରକାର ଅବଗତ ଅଛନ୍ତିା ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଚିହ୍ନଟ କରାଯାଇ କ୍ୱାରାଣ୍ଟାଇନ୍‍ରେ ରଖାଯାଇଛି ଏବଂ ଅନ୍ୟମାନଙ୍କ ସଂପର୍କରେ ଅନୁସନ୍ଧାନ ଜାରି ରହିଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୦୯ଟି ମାମଲା ଦାୟର କରାଯାଇଛିା ସେଥିରୁ ୧୯୮ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍‍ କ୍ୱାରାଣ୍ଟାଇନ୍‍ ଉଲ୍ଲଂଘନ ଓ ୯ଟି କୋଭିଡ୍‍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ନିମନ୍ତେ ଅନ୍ତର୍ଭୁକ୍ତା

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୪୭୩ଟି ନମୁନା କୋଭିଡ୍‍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ପ୍ରଥମ ୨ଟି ପଜିଟିଭ୍‍ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତିା ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛିା
 ଆଜି ୫୭ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‍ବାସରେ ଅଛନ୍ତିା
 ଆଜି ପର୍ଯ୍ୟନ୍ତ ମୋଟ ୧୧,୫୭୫ ଜଣ ଅନ୍‍ଲାଇନ୍‍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ
କରାଇଛନ୍ତିା ସେମାନଙ୍କ ମଧ୍ୟରୁ ୪,୩୦୪ ଜଣ ବିଦେଶରୁ ଆସିଛନ୍ତିା

Leave A Reply