Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା

0

ଭୁବନେଶ୍ୱର : ୨୦ ଅପ୍ରେଲ,୨୦୨୦ :  ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାନ୍ୟବର କେନ୍ଦ୍ର ଇସ୍ପାତ୍‍ ଓ ପେଟ୍ରୋଲିୟମ୍‍ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଅନୁଗୋଳ, ବରଗଡ଼, ଜଗତସିଂହପୁର, ନବରଙ୍ଗପୁର ଏବଂ ସୁନ୍ଦରଗଡ଼ରେ ୫ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ର ଲୋକାର୍ପଣ କରିଛନ୍ତିା ସମୁଦାୟ ୮୨୫ଟି ଶଯ୍ୟା ସଂଖ୍ୟାବିଶିଷ୍ଟ ଏହି ୫ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ ପ୍ରସ୍ତୁତିରେ ମହାନଦୀ କୋଲ୍‍ଫିଲଡ଼୍‍, ଇଣ୍ଡିଆନ୍‍ ଅଏଲ୍‍ କର୍ପୋରେସନ୍‍ ଲିମିଟେଡ୍‍, ପାରାଦୀପ ପୋର୍ଟ ଟ୍ରଷ୍ଟ, ନାଲ୍‍କୋ ଏବଂ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପା=ିର ସହଭାଗିତା ରହିଛିା ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକ୍ଷମ ହେବା ସହ ମୋଟ ଶଯ୍ୟା ସଂଖ୍ୟା ୪୯୭୬କୁ ବୃଦ୍ଧି ପାଇଛିା ଏହି ଲୋକାର୍ପଣ ଅବସରରେ ରାଜ୍ୟ ସରକାର ଏବଂ ସରକାରୀ ଉଦ୍ୟୋଗମାନଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ ନିର୍ମାଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ମତ ଦେଇଛନ୍ତିା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‍-୧୯)କୁ ପ୍ରତିହତ କରିବାରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଏବଂ ତ୍ୟାଗକୁ ପ୍ରଶଂସା କରିଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁସ୍ତରରେ ଲୋକମାନଙ୍କ ତ୍ୟାଗ, ସହଯୋଗ ଏବଂ ଉତ୍ସର୍ଗୀକୃତ ବ୍ୟବସ୍ଥା ଫଳରେ ଏହା ହାସଲ ହୋଇପାରିଛିା କଟକଣା ଉଠିଯିବା ପରେ ଅନ୍ୟ ରାଜ୍ୟରେ ରହିଯାଇଥିବା ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଫେରାଇ ଆଣିବା ନିମନ୍ତେ ସଂପୃକ୍ତ ରାଜ୍ୟ ଓ ଭାରତ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ଓଡ଼ିଶା ସରକାର ନିରାପଦରେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବୋ ବୈଷୟିକ ଜ୍ଞାନକୌଶଳ ଏବଂ ମାନବୀୟ ଦୃଷ୍ଟିଭଙ୍ଗୀ ସହିତ ଗ୍ରାମପଞ୍ଚାୟତ ଏବଂ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ସଂପୃକ୍ତ କରି ଗୋଷ୍ଠୀ ତଦାରଖ ବ୍ୟବସ୍ଥା ଭିତ୍ତିରେ ସେମାନଙ୍କୁ ନିରାପଦରେ ଫେରାଇ ଅଣାଯିବା
 ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କ ପଞ୍ଚାୟତ ପରିସୀମା ମଧ୍ୟରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତିା ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧, ମହାମାରୀ ରୋଗ ଆଇନ୍‍ ୧୮୯୭, ଓଡ଼ିଶା କୋଭିଡ୍‍-୧୯ ରେଗୁଲେସନ୍‍ ୨୦୨୦ ଅନୁଯାୟୀ ଏହି କ୍ଷମତା ପ୍ରଦାନ କରାଯାଇଛିା ଗ୍ରାମପଞ୍ଚାୟତ ସରପଞ୍ଚମାନେ ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଶାର ଲୋକମାନଙ୍କର ପଂଜୀକରଣ, ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‍ ବ୍ୟବସ୍ଥା, ରହିବା ଓ ଖାଦ୍ୟପେୟ ବନ୍ଦୋବସ୍ତ ଏବଂ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସୁନିଶ୍ଚିତ ଓ ନିୟନ୍ତ୍ରିତ କରିବା ପାଇଁ କ୍ଷମତାପ୍ରାପ୍ତ ହୋଇଛନ୍ତିା ସରପଞ୍ଚଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କଲେ ଯେକୌଣସି ବ୍ୟକ୍ତି ଆଇନ୍‍ ଅନୁଯାୟୀ ଦଣ୍ଡିତ ହେବୋ
 ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ପାଇଁ ପ୍ରତି ଗ୍ରାମପଞ୍ଚାୟତରେ ପଞ୍ଜୀକରଣର ସୁବିଧା ରହିବା ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କୁ ଫେରିବା ପୂର୍ବରୁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛିା ସେମାନଙ୍କର ପରିବାର ଲୋକମାନେ ସେମାନଙ୍କ ପାଇଁ ନାମ ପଞ୍ଜୀକରଣ କରିପାରିବୋ ସେମାନଙ୍କୁ ପଞ୍ଚାୟତରେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‍ରେ ରଖାଯିବା ସେମାନଙ୍କର ରହିବା, ଖାଇବା ଓ ଚିକିତ୍ସା ଆଦି ସବୁ ସୁବିଧା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବା ସଫଳତାର ସହ କ୍ୱାରାଣ୍ଟାଇନ୍‍ ସମୟ ସମାପ୍ତି ପରେ ପ୍ରୋତ୍ସାହନ ଭାବେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦିଆଯିବା
 ରାଜ୍ୟରେ ଫଳପ୍ରଦ କୋଭିଡ୍‍-୧୯ ସଂକ୍ରମଣ ପ୍ରତିରୋଧ ପଦକ୍ଷେପଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛିା କୋଭିଡ୍‍-୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟରେ ଆଗୁଆ ପଦକ୍ଷେପ ଓ ପ୍ରସ୍ତୁତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, କଡ଼ାକଡ଼ି ଭାବରେ ସାମାଜିକ ଦୂରତ୍ୱ ପାଳନ, ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ ସ୍ଥାପନ ଏବଂ ଜନସାଧାରଣଙ୍କ ଜୀବନଜୀବିକା ଏବଂ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ଓ୍ୱାର୍ଲଡ୍‍ ଇକୋନୋମିକ୍‍ ଫୋରମ୍‍ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛିା
 ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସଂକ୍ରମଣ ପ୍ରତିରୋଧ ଇଲାକା(କଣ୍ଟେନ୍‍ମେଣ୍ଟ ଜୋନ୍‍)ରେ ରହିଥିବା ନାଗରିକମାନେ ସଂକ୍ରମଣ ପ୍ରତିରୋଧକୁ କଡ଼ାକଡ଼ି ଓ ସଫଳ କରିବାରେ ସମସ୍ତ ପ୍ରକାର ସହଯୋଗ କରିଛନ୍ତିା କୋଭିଡ୍‍ ମହାମାରୀକୁ ରୋକିବା ପାଇଁ ନିଜ ନିଜର ତ୍ୟାଗ ସ୍ୱୀକାର କରି ପ୍ରଶାସନକୁ ସହଯୋଗ କରୁଥିବା ଏହି ନାଗରିକମାନେ ମଧ୍ୟ ଜଣେ ଜଣେ କୋଭିଡ୍‍-୧୯ ଯୋଦ୍ଧାା
 ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୮,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୮୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‍ ସେଣ୍ଟର ଟୋଲ୍‍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
 ଆଜି ରାଜ୍ୟର ୫୪୮୮ ଗ୍ରାମ ପଞ୍ଚାୟତରେ ୩,୪୮,୫୪୮ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୪୦,୯୨୩ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୯ରୁ ଅପ୍ରେଲ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୪ଟି ମାମଲା ଦାୟର
କରାଯାଇଛିା ସେଥିରୁ ୫୦ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୩ଟି ଗୁଜବ ସୃଷ୍ଟି ପାଇଁ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୫୭ ଜଣଙ୍କୁ ଗିରଫ କରାଯାଇଛି ।
 ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୮୦ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛିା

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୦୬୪୧ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ସମୁଦାୟ ୭୪ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ଆଜି ଚିହ୍ନଟ ହୋଇଥିବା ସମୁଦାୟ ୧୩ ଜଣ ନୂତନ କୋଭିଡ୍‍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼, ୫ ଜଣ ଯାଜପୁର, ୫ ଜଣ ଭଦ୍ରକ ଏବଂ ୨ ଜଣ ବାଲେଶ୍ୱରର ଅଟନ୍ତିା
 ୨୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
 ଜଣେ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
 ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୯ ରହିଛିା
 ୧୨୭ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା

Leave A Reply