ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ଙ୍କୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ତାଙ୍କର ବ୍ୟବହାର ଓ ସୌନ୍ଦର୍ଯ୍ୟ ବେଶ ମନ ଲୋଭା କାରୀ । ଶ୍ରଦ୍ଧା ଙ୍କ ର ଯେ କୌଣସି ଭିଡିଓ ସୋସିଆଲ ମିଡିଆରେ ପଦେ ସମସ୍ତେ ଆଗ୍ରହର ସହିତ ଦେଖିବାକୁ ପସନ୍ଦ କରନ୍ତି । ନିକଟରେ ଶ୍ରଦ୍ଧାଙ୍କର ଗୋଟିଏ ଚାଟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏହି ଥିରେ ୨ଟି ଫଟୋ ଦେଖିବାକୁ ମିଳିଥିଲା । ଶ୍ରଦ୍ଧା ଗୋଟିଏ ବ୍ଲୁ ରଙ୍ଗର ଡ୍ରେସ ପିନ୍ଧି ଥିବାର ନଜର ଆସିଥିଲେ । ଏହି ଭାଇରାଲ୍ ଫଟୋ ରେ ଦେଖିବାକୁ ମିଳିଥିଲା ଯେଉଁ ବ୍ୟକ୍ତି ଙ୍କ ସହିତ ଶ୍ରଦ୍ଧା ଚାଟ କରୁଥିଲେ ତାଙ୍କ ନାମକୁ ସେ ମୋବାଇଲ୍ ରେ ତିନିଟି ହାର୍ଟ ଇମୋଜି ରେ ସେଭ୍ କରିଛନ୍ତି ।
ଏହି ଚାଟ୍ କରିବା ସମୟରେ ଶ୍ରଦ୍ଧା ଭୁଲି ଯାଇଛନ୍ତି ଯେ ପେପରାଜି ତାଙ୍କ ଫଟୋ ଉତଳନ କରୁଛନ୍ତି ଓ ଯେଉଁ କାରଣରୁ ତାଙ୍କ ଚାଟ୍ ସମସ୍ତଙ୍କ ନଜରକୁ ଆସିଛି ।
ତାଙ୍କୁ ଶ୍ରଦ୍ଧା ଲେଖିଛନ୍ତି” ମୁଁ ମୋ ଜୀବନରେ କେବେବି ତମ ଭଳି ଗୋଟିଏ ମଣିଷକୁ ଦେଖିନାହିଁ । ” ତାର ଜବାବରେ ଆସିଥିଲା ” ମୁଁ ଖୁସି ହେଲି ତମେ ମୋ ବିଷୟରେ ଏପରି ଭାବୁଛ । ” ଶ୍ରଦ୍ଧା ଲେଖିଲେ ” ମତେ ସବୁବେଳେ ଗୋଟିଏ ସ୍ଵତନ୍ତ୍ର ଭାବନା ଜାଗ୍ରତ କରାଉଥିବା କାରଣରୁ ମୁଁ ବହୁତ ଖୁସି । ମୋର ସମସ୍ତ ସ୍ବପ୍ନ କୁ ପୂରଣ କରୁଥିବା କାରଣରୁ ଧନ୍ୟବାଦ୍ । ” ଏହାପରେ ଜବାବ୍ ରେ ଉତ୍ତର ଆସିଲା ଯେ ” ଏହା ମୋର ସୌଭାଗ୍ୟ , ଯେତେବେଳେ ଯାହା ଦରକାର୍ ହେବ କହିବ । ”
ସୂଚନା ଯୋଗ୍ୟ ଯେ ଶ୍ରଦ୍ଧା ଫଟୋଗ୍ରଫର ରୋହନ ଶ୍ରେଷ୍ଠ ଙ୍କ ସହିତ ରିଲେସନ ସିପ ରେ ଅଛନ୍ତି । କିନ୍ତୁ ଶ୍ରଦ୍ଧା କାହା ସହିତ ଚାଟ କରୁ ଥିଲେ ତାହା ଜଣା ପଡିନାହିଁ ।

Comments are closed.