Odisha news

ଜିଦିରେ ଘର ଛାଡିଥିବା ଝିଅ ହୋଇଗଲେ ଅଫିସର

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମେରଠରେ ରହୁଥିବା ଗୋଟିଏ ଝିଅର କାହାଣୀ ଅତ୍ୟନ୍ତ ହୃଦୟ ସ୍ପର୍ଶି ହୋଇପାରିଛି ଯାହାକୁ ଆସୁଥିବା ପିଢ଼ି ମଧ୍ୟ ମାନେ ରଖିବ l ସଞ୍ଜୁ ନାମକ ଝିଅଟିଏ ନିଜର ଭବିଷ୍ୟତକୁ ଉଜ୍ୱଳ କରିବା ପାଇଁ ଓ ଗୋଟିଏ ସୁଦୃଢ ଜୀବନ ବଂଚିବା ପାଇଁ  କଠୋର ପଦକ୍ଷପ ନେଇଛି l ଘରଲୋକେ ଲଗାତାର ବିବାହ କରିବା ପାଇଁ ଚାପ ପକାଉଥିଲେ ତେଣୁ ସେ ଦିନେ ସ୍ଥିର କଲା ଘର ଛାଡ଼ିଦେବା ବୋଲି l ଘର ଛାଡିବାର ଫଇସଲା ସଞ୍ଜୁ ପାଇଁ ସହଜ ନଥିଲା l ଘର ଲୋକଙ୍କ ସହିତ ଶତ୍ରୁତା କରି ଅଲଗା ରହି ସଞ୍ଜୁ ୨୦୧୭ ରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଲା l ୭ ବର୍ଷ ପରେ ତାର ସଂଘର୍ଷ ଓ ପରିଶ୍ରମ ଦ୍ୱାରା PCS ପରୀକ୍ଷା ପାସ କରିଥିଲା ଓ ଗୋଟିଏ ଅଫିସର ହେଲା l ୨୦୧୩ ମସିହାରେ ସଞ୍ଜୁ ଘର ଛାଡି ଥିଲା l

ମେରଠରେ ରହୁଥିବା ସଞ୍ଜୁର ଜନ୍ମ ଏମିତି ଗୋଟିଏ ପରିବାରରେ ହୋଇଛି ,ଯେଉଁଠି ଝିଅ ମାନଙ୍କର ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଏ ନାହିଁ l ଏହି ଚିନ୍ତାଧାରା କାରଣରୁ ସଞ୍ଜୁର ବଡ ଭଉଣୀ ଇଣ୍ଟର ପାସ କଲା ପରେ ବିବାହ କରିଥିଲେ l ସଞ୍ଜୁ ମଧ୍ୟ ସେହିଭଳି ଇଣ୍ଟର ପାସ କଲାପରେ ବିବାହ ପାଇଁ ଚାପ ପଡିଥିଲା କିନ୍ତୁ ସେ ଘରଲୋକଙ୍କ କଥାକୁ ବିରୋଧ କରିଥିଲା l ଅତି କଷ୍ଟର ସହିତ ସ୍ନାତକ ପାସ କରିଥିଲେ l ପାସ କରିବା ପରେ ଘରେ ପୁଣି ସେହି କଥାକୁ ସାମ୍ନା କରିବାକୁ ପଡିଲା l ଏହି ସବୁ ପରିସ୍ଥିତିରେ ବ୍ୟସ୍ତ ହୋଇ ଦିନେ ସେ ଘର ଛାଡିବାକୁ ବାଧ୍ୟ ହୋଇଥିଲେ l

ନିଜର ସ୍ୱପ୍ନକୁ ସାକାର କରିବାକୁ ଯାଇ କେତେବେଳେ ଟିଉସନ ପଢ଼ୁଥିଲେ ତା କେତେବେଳେ ପ୍ରାଇଭେଟରେ ଚାକିରୀ ମଧ୍ୟ କରୁଥିଲେ l କଠିନ ପରିଶ୍ରମ ଦ୍ୱାରା PCS ପରୀକ୍ଷାରେ ପାସ କରିଥିବା ସଞ୍ଜୁ ବର୍ତମାନ IAS ପାଇଁ ଚେଷ୍ଟା ଚଳାଇଛନ୍ତି l ତାଙ୍କର ଇଛା ଅଛି ଯେ ଦିନେ ମେରଠରେ କଲେକ୍ଟର ହୋଇ ବସିବେ l ସଞ୍ଜୁଙ୍କର ଗୁରୁ ଅଭିଷେକ ଶର୍ମା କହିଛନ୍ତି ଯେ ସଞ୍ଜୁଙ୍କର ସଫଳତା ସମାଜ ପାଇଁ ଗୋଟିଏ ଉଦାହରଣ l

Leave A Reply