ନୂଆଦିଲ୍ଲୀ : ବିହାରର ପାହାଡି ମାନବ ଦଶରଥ ମାଝୀଙ୍କ ନାମ କିଏବା ନସୁଣିଛି l ଯିଏ ଏକ ହାତୁଡି ଓ ଛେଣି ସାହାଯ୍ୟରେ ୩୬୦ ଫୁଟ ଲମ୍ବା , ୩୦ ଫୁଟ ଚୌଡା ଓ ୨୫ ଫୁଟ ଉଚର ପାହାଡକୁ କାଟି ୨୨ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ଗୋଟିଏ ସଡକ ତିଆରି କରିଥିଲେ l ଏହି ପରି ଜଣେ ୭୦ ବର୍ଷର ବୟସ୍କ ବ୍ୟକ୍ତି ଲଙ୍ଗି ଭୁଇଁଆ ନିଜର ପରିଶ୍ରମ ଦ୍ୱାରା ଗାଁ ର ଶହଶହ ଲୋକଙ୍କର ଅସୁବିଧା ଦୂର କରିଦେଲେ l ୩୦ ବର୍ଷର କଠିନ ପରିଶ୍ରମ ଦ୍ୱାରା ପାହାଡକୁ କାଟି ୫ କିଲୋମିଟରର ଗୋଟିଏ ହ୍ରଦ ତିଆରି କରିଛନ୍ତି ବର୍ତ୍ତମାନ ପାହାଡ ଓ ବର୍ଷାର ପାଣି ସେହି ହ୍ରଦକୁ ଯାଇ ଖେତ ଗୁଡିକୁ ଯାଉଛି l ଯାହା ଫଳରେ ତିନିଟି ଗାଁର ଲୋକ ଲାଭବାନ ହେଉଛନ୍ତି l
ବିହାରର ଗୟାରେ ରହୁଥିବା ଲଙ୍ଗି ଭୁଇଁଆ କଠିନ ପରିଶ୍ରମର ଗୋଟିଏ ବ୍ୟକ୍ତିତ୍ୱ ଭାବରେ ଦେଖା ଦେଇଛନ୍ତି ,ଯାହାଙ୍କୁ ସମସ୍ତେ ସବୁବେଳେ ମାନେ ରଖିବେ l ୩୦ ବର୍ଷ ପର୍ଯ୍ୟନ୍ତ କଠୋର ପରିଶ୍ରମ କରି ପାହାଡ଼ରୁ ଖସୁଥିବା ବର୍ଷା ପାଣିକୁ ଏକାଠି କରି ଗାଁ ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥିର କରିଥିଲେ ଓ ସେ ପ୍ରତିଦିନ ଗାଁରୁ ବାହାରି ଜଙ୍ଗଲରେ ପହଞ୍ଚି ହ୍ରଦ ତିଆରି କରିବାରେ ଲାଗୁଥିଲେ l ସେ ନିଜ ଗାଁରେ ପୁଅ ,ବୋହୁ ଓ ପତ୍ନୀଙ୍କ ସହିତ ରହୁଛନ୍ତି l ଲଙ୍ଗି ଭୂଇଁଆ କହିଛନ୍ତି ପ୍ରଥମେ ତାଙ୍କର ପରିବାର ସଦସ୍ୟ ମାନେ ମନା କରିଥିଲେ କିନ୍ତୁ ସେ କାହା କଥା ନଶୁଣି ହ୍ରଦ ଖୋଲିବାକୁ ଲାଗିଯାଇଥିଲେ l କଥାଟି ହେଉଛି ଏହି ଅଂଚଳରେ ପାଣିର ସମସ୍ୟା ହେତୁ ଲୋକମାନେ କେବଳ ମକା ଓ ଚଣାର ଚାଷ କରୁଥିଲେ l ଏମିତିରେ ଗାଁର ସମସ୍ତ ଯୁବକ ମାନେ ଚାକିରିର ଅନୁସନ୍ଧାନରେ ଗାଁ ଛାଡି ଚାଲି ଯାଇଛନ୍ତି ,ଅଧିକାଂଶ ଲୋକ ଅନ୍ୟ ଗାଁକୁ କାମର ଅନୁସନ୍ଧାନରେ ଯାଇଛନ୍ତି l
ତେଣୁ ଭୁଇଁଆଙ୍କ ମନରେ ଗୋଟିଏ ଚିନ୍ତା ଆସିଲା ଯଦି ଏଠାରେ ପାଣିର ବ୍ୟବସ୍ତା କରାଯିବ ତେବେ ଲୋକମାନେ ଗାଁ ଛାଡି ଯିବେ ନାହିଁ l ଆଜି ଏହି ହ୍ରଦଟି ହୋଇ ସାରିଛି ଓ ତିନିଟି ଗାଁର ପାଖାପାଖି ୩ ହଜାର ଲୋକ ଲାଭାନ୍ଵିତ ହେଉଛନ୍ତି l ଗାଁ ଲୋକ କହିଛନ୍ତି ଯେବେଠୁ ଆମର ହେତୁ ପାଇଛି ସେବେଠୁ ଆମେ ଦେଖୁଛୁ ଲଙ୍ଗି ଭୁଇଁଆ ଘରେ କମ ଓ ଜଙ୍ଗଲରେ ଅଧିକ ମିଳିଥାଏ l ଲଙ୍ଗି ଭୁଇଁଆ କହିଛନ୍ତି ଯଦି ଆମକୁ ସରକାର କିଛି ସାହାଯ୍ୟ କରିଦେବେ ତେବେ ଯେଉଁ ଜମି ଗୁଡିକ ପଡିଆ ପଡିଛି ଆମେ ଚାଷ କରି ପରନ୍ତୁ l ଲଙ୍ଗି ଭୁଇଁଆଙ୍କ କାମରେ ସମସ୍ତେ ପ୍ରଭାବିତ ହୋଇଛନ୍ତି ଓ ଦେଶର ସମସ୍ତ ସ୍ଥାନରେ ତାଙ୍କର ପ୍ରଶଂସା ହେଉଛି l