Odisha news

ଅନ୍ତରୀକ୍ଷରେ ବଢ଼ିଲା ଭାରତର ଶକ୍ତି

0

ନୂଆଦିଲ୍ଲୀ :ଅନ୍ତରୀକ୍ଷରେ ଭାରତ ଲଗାତାର ନିଜର ଶକ୍ତି ବୃଦ୍ଧି କରି ଚାଲିଛି l ପୂର୍ବରୁ ବିଦେଶରୁ ଆସୁଥିଲା ଭାରତକୁ କ୍ରାୟୋଜନିକ ଇଂଜିନ ବର୍ତମାନ ଏହା ଭାରତରେ ନିର୍ମାଣ ହେବ l ରାଞ୍ଚି ସ୍ଥିତ ମେକାନ କମ୍ପାନୀ ସେମି କ୍ରାୟୋଜନିକ ଇଂଜନ ଟେଷ୍ଟିଙ୍ଗ ସୁବିଧା ପାଇଁ ପ୍ରସ୍ତୁତ କରାଯାଇଛି l ଦେଶୀ ଇଂଜିନ ସାହାଯ୍ୟରେ ଅନ୍ତରୀକ୍ଷକୁ ଜିନିଷ ପତ୍ର ନେବା ସୁବିଧା ହେବ l ଏହି କଷ୍ଟ ସାଧ୍ୟ କାମକୁ କରି ଦେଖାଇଛନ୍ତି ରାଞ୍ଚିରେ ରେ ଥିବା ଭାରତ ସରକାରଙ୍କ ମେକାନ ର ଇଂଜିନିୟର ମାନେ l ଇସ୍ରୋ ପକ୍ଷରୁ ମେକାନକୁ କ୍ରାୟୋଜନିକ ଇଂଜିନ ଟେଷ୍ଟିଙ୍ଗ ପାଇଁ ଡିଜାଇନ ପ୍ରସ୍ତୁତ କରିବାକୁ କୁହାଯାଇଥିଲା l

ମହେନ୍ଦ୍ର ଗିରିରେ ଥିବା ଇସ୍ରୋର ସେଣ୍ଟର ପାଇଁ ଡିଜାଇନ ପ୍ରସ୍ତୁତ କରାଯାଇଛି l ବର୍ତମାନ ଭାରତକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ  l ଦେଶୀ ଉପାୟରେ ଇଂଜିନ ର ଯେଉଁ ଡିଜାଇନ ପ୍ରସ୍ତୁତ କରାଯାଇଛି ତାହା ଦ୍ୱାରା ଅନ୍ତରୀକ୍ଷକୁ ଜିନିଷ ନେଇ ଯିବା ପାଇଁ ରକେଟର କ୍ଷମତା ମଧ୍ୟ ବଢ଼ିଯିବ l ବର୍ତମାନ ପର୍ଯ୍ୟନ୍ତ କେବଳ ୪ ଟନ ଜିନିଷ ରକେଟ ସାହାଯ୍ୟରେ ଅନ୍ତରୀକ୍ଷକୁ ଯାଉଥିଲା l ବର୍ତମାନ କିନ୍ତୁ ଏହାର କ୍ଷମତା ୬ ଟନ ବଢି ଗଲା l ଏହି ରକେଟଟିକୁ ୨୦୨୧ ଅଗଷ୍ଟ ମାସରେ ଲଞ୍ଚ କରାଯିବ l

ମେକାନ  ଦେଶର ନାମୀ ସରକାରୀ ଉପକରଣ ଡିଜାଇନ କରାଯାଏ l ମେକାନରେ ଚନ୍ଦ୍ରଜାନ ୨ର ଲଂଚିଙ୍ଗ ପ୍ୟାଡ଼ ପ୍ରସ୍ତୁତ କରାଯାଇଥିଲା l କରୋନା ସମୟରେ ୧୬୦୦ କୋଟି ଟଙ୍କାର କାମ ମିଳିଛି l କିଛି ଦିନ ତଳେ ଘାଟା ରେ ଚାଲିଥିବା ମକାନ ବର୍ତମାନ କେନ୍ଦ୍ର ସରକାର ଙ୍କ ମୂଲ୍ୟବାନ ହୋଇଛି l

Leave A Reply