Odisha news

ଆଶ୍ଚର୍ଯ୍ୟ ହେଲେବି ସତ : ମିଶର ଦେଶରେ ଅଜବ ସ୍ପା ,ସ୍ପା କରୁଛନ୍ତି ୨୮ ପ୍ରଜାତିର ସାପ

0

ନୂଆଦିଲ୍ଲୀ :ମାଲିସ ଶରୀରକୁ ଆରାମ ଦେଇଥାଏ l କିନ୍ତୁ ଆପଣ କେବେ ଭାବି ଦେଖିଛନ୍ତି କି ସାପ ମାନଙ୍କ ଦ୍ୱାରା ମାଲିସ ହେବା l ଆଜ୍ଞା ହଁ,ଏହିପରି ମାଲିସ ମଧ୍ୟ ଦୁନିଆରେ ରହିଛି l ହୁଏତ ଆପଣ କହି ପାରନ୍ତି ଯେ କାହାର ଏତେ ସାହସ ରହିଛି ଯେ ସାପ ମାନଙ୍କ ଦ୍ୱାରା ମାଲିସ ହେବ l କିନ୍ତୁ ଏହି ଦୁନିଆଁରେ କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯିଏ ସାପ ଠାରୁ ମାଲିସ ନେଇ ଥାନ୍ତି ,ମିଶର ଦେଶରେ ଗୋଟିଏ ସ୍ପା ରହିଛି ଯେଉଁଠି ସାପ ମାନଙ୍କ ଦ୍ୱାରା ମାଲିସ ହୋଇଥାଏ l ଆହୁରି ମଧ୍ୟ ଏହି ସ୍ପା ସେଣ୍ଟର ରେ ଏହା ମଧ୍ୟ ଦାବି କରାଯାଉଛି ଯେ ଏହି ସ୍ପା ଦ୍ୱାରା ଶରୀରକୁ ଆରାମ ମିଳିଥାଏ ଓ ଶରୀରର ଯନ୍ତ୍ରଣା ମଧ୍ୟ କମ ହୋଇଯାଇଥାଏ l

ମିଶରର ରାଜଧାନୀ କହୀରାରେ ଗୋଟିଏ ସ୍ପା ଏହି ପ୍ରକାରର ସେବା ଲୋକଙ୍କୁ ଦେଉଛି l ଯେଉଁଥିରେ ବିନା ବିଶଯୁକ୍ତ ସାପକୁ ବ୍ୟବହାର କରାଯାଉଛି l ଏହି ସ୍ପାରେ ପ୍ରଥମେ ୩୦ ମିନିଟି ପର୍ଯ୍ୟନ୍ତ ଗ୍ରାହକଙ୍କ ଶରୀରରେ ତେଲ ମାଲିସ ହୋଇଥାଏ l ଏହା ପରେ ଶରୀର ଓ ମୁଖମଣ୍ଡଳରେ ସାପ ଗୁଡିକୁ ଛାଡ ଯାଇଥାଏ l ସାପ ମାନଙ୍କ ଦ୍ୱାରା ହେବା ମାଲିଶରେ ଦେହ ଫୁର୍ତି ଲାଗିବ ସହିତ ଯନ୍ତ୍ରଣା କମି ଯାଇଥାଏ l ଏହି ମାଲିସ ପାଇଁ ପାଖାପାଖି ଅଜଗରକୁ ମିଶାଇ ୨୮ ଟି ପ୍ରଜାତିର ବିଭିନ୍ନ ସାପକୁ ଶରୀର ଉପରେ ଛାଡ ଯାଇଥାଏ l

ସ୍ପା ର ମାଲିକ ସ୍ଫବତ ସେଡକୀ କହିଛନ୍ତି ସାପ ମାନଙ୍କ ଦ୍ୱାରା ହେଉଥିବା ମାଲିସ ରେ ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା ଦୂର ହୋଇଯାଇଥାଏ ,ତା ସହିତ ଶରୀରରେ ରକ୍ତ ସଞ୍ଚାଳନ ହେବାର ମଧ୍ୟ ସାହାଯ୍ୟ ମିଳେ l ଏହି ସ୍ପା କୁ ଆସିଥିବା ଜଣେ ଗ୍ରାହକ କହିଥିଲେ ଯେ ମୋର ପିଠିରେ ଓ ଶରୀରରେ ଯନ୍ତ୍ରଣା ଅନୁଭୂତ ହେଉଥିଲା l ମୁଁ ପ୍ରଥମେ ମୋ ଶରୀର ଉପରେ ସାପ ଗୁଡିକ ଛାଡିବାର ଦେଖି ଭୟଭୀତ ହୋଇଯାଇଥିଲି l କିନ୍ତୁ କିଛି ସମୟ ପରେ ମୋର ଭୟ ଓ ଚିନ୍ତା ଦୂର ହୋଇ ଯାଇଥିଲା l ମୋର ମାଲିସ ସରିଲା ବେଳକୁ ମୁଁ ଆରମ୍ଭ ଅନୁଭବ କରୁଥିଲି l

Leave A Reply