ସୋର : ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁରସ୍ଥିତ ବିଏସ୍ଏନ୍ଏଲ କେନ୍ଦ୍ର ଗତ ଆଠ ଦିନ ହେଲା ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବେଳେ ଏହା ଅଧୀନରେ ଥିବା ସମସ୍ତ ଟେଲିଫୋନ୍ ଅଚଳ ହୋଇ ପଡ଼ିଥିବାରୁ ଲୋକମାନେ ଘୋର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ।
ଦୀର୍ଘଦିନ ଧରି ଏଠାକାର କାର୍ଯ୍ୟଳୟ ବନ୍ଦ ଥିବାରୁ ଲୋକମାନେ କୌଣସି ଅଭିଯୋଗ କରିପାରୁ ନାହାଁନ୍ତି । ଫଳରେ ଇଣ୍ଟରନେଟ୍ ସେବା, ଲେଣ୍ଡଫୋନ୍ ଏବଂ ମୋବାଇଲ ଭଳି ସମସ୍ତ ସେବାରୁ ଲୋକେ ବଞ୍ଚିତ ହୋଇଛନ୍ତି । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି କରାଯାଇଛି ।
