Odisha news

ଉତ୍ତରେଶ୍ୱରରେ ଦୋକାନ କେସ ବାକ୍ସ ଭାଙ୍ଗି ଚୋରି

0

ସୋର : ସୋର ପୌର ପରିଷଦ ଅନ୍ତର୍ଗତ ଉତ୍ତରେଶ୍ୱର ମାର୍କେଟରେ ଏକ ଦୋକାନ ଖୋଲାଥିବା ବେଳେ ଦୋକାନୀର ଅନୁପସ୍ଥିତିର ସୁଯୋଗ ନେଇ କେସ୍ବାକ୍ସ ଭାଙ୍ଗି ୩୮ ହଜାର ୪୦୦ଟଙ୍କା ଏବଂ ଦୁଇଟି ମୋବାଇଲ୍ ଚୋରି ହୋଇଯାଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । କେଦାରପୁର ଗ୍ରାମର ଅଜିତ୍ କୁମାର ଦାସ(୩୮) ଉତ୍ତରେଶ୍ୱର ଶାନ୍ତି ସୋ ସେଣ୍ଟର ନାମକ ଦୋକାନର ମାଲିକ । ସେ ଗତ ଗୁରୁବାର ଦିନ ସକାଳେ ଦାକାନ ଖୋଲି ପାଖରେଥିବା ନଳକୂପକୁ ପାଣି ଆଣିବାକୁ ଯାଇଥିଲେ ।

ଏହି ସମୟରେ କେହି ଦୃର୍ବୁତ୍ତ ଦୋକାନ ଭିତରେ ପଶି କେସ୍ବାକ୍ସ ଭାଙ୍ଗି ଏଥିରେ ଥିବା ୩୬ ହଜାର ୫୦୦ଟଙ୍କା, ଏକ ମନିପର୍ସରେ ଥିବା ୭୦୦ଟଙ୍କା ଏବଂ ଦୋକାନରେ ବିକ୍ରିହୋଇଥିବା ୧୨୦୦ଟଙ୍କା ନିକଟରେ ଥିବା ୨ଟି ସାମ୍ସଙ୍ଗ୍ ମୋବାଇଲ୍କୁ ଚୋରିକରି ନେଇଯାଇଥିଲେ । ଏହା ଜାଣିପାରି ଅଜିତ୍ ବିଭିନ୍ନ ଆଡ଼େ ଖୋଜାଖୋଜି କରି କିଛି ସୂରାକ ନପାଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Nalco
Leave A Reply