Odisha news

ବର୍ଷା ଜଳ ନିଷ୍କାସନ ଅବହେଳା ବିରୁଦ୍ଧରେ ଜାତୀୟ ରାଜପଥରେ ଗଣଧାରଣା ପାଇଁ ଚେତାବନୀ

0
ସୋର ତା ୧୨/ ୬: ସୋର ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଭବନରେ ମଞ୍ଚର ସଭାପତି ଶିକ୍ଷାବିତ ନେତ୍ରାନନ୍ଦ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ନାଗରିକ ମଞ୍ଚର ଦାବି ଫଳରେ ସୋର ରେଳଷ୍ଟେସନରେ ନୂତନ ଆରପିଏଫ ପୋଷ୍ଟ ସ୍ଥାପନର ସଫଳତା ପାଇଁ ରେଳ ବିଭାଗକୁ ମଞ୍ଚ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।ଅନ୍ୟ ପକ୍ଷରେ ଭଦ୍ରକ ବାଲେଶ୍ୱର ମେମୋ ଟ୍ରେନ ଚଳାଚଳରେ ବ୍ୟାପକ ବ୍ୟତିକ୍ରମ କୁ ସୁଧାରିବା ସହ ନୂତନ ସାପ୍ତାହିକ ଟ୍ରେନ ରହଣି ପାଇଁ ଦାବି କରାଯାଇଛି।ରାଜ୍ୟରେ ନୂତନ ସରକାର ଗଠନ ପରେ ସୋରକୁ ରାଜସ୍ବ ସବଡ଼ିଭିଜନ ଘୋଷଣା ଦାବି ଉପସ୍ଥାପନ କରାଯିବ।ବର୍ଷା ଦିନରେ ଜାତୀୟ ରାଜପଥ କଲେଜ ଛକ ଠାରୁ ପାଇକାଳୀ ପର୍ଯ୍ୟନ୍ତ ରାଜପଥର ଦୁଇପାର୍ଶ୍ଵରେ ପର୍ଯ୍ୟାପ୍ତ ଜଳ ନିଷ୍କାସନ ସୁବିଧା ନଥିବାରୁ ରାସ୍ତା ବୁଡିରହିବା ସହ ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନରେ ଉଦବୃତ୍ତ ଜଳ ପ୍ରବେଶ କରୁଛି। ଅନ୍ୟ ପକ୍ଷରେ ଉତ୍ତରେଶ୍ୱର ଓ କଲେଜ ଛକ ଗଳାପୋଲ ନିର୍ମାଣ କାର୍ଯ୍ୟ ଦ୍ୱିତୀୟ ବାର ସଂଶୋଧିତ ଅନୁମୋଦନ ଚିଠି ଅନୁଯାଇ ଜମି ଅଧିଗ୍ରହଣ କାର୍ଯ୍ୟ ବିଳମ୍ବ ଯୋଗୁଁ ଗଳାପୋଲ ସମ୍ପ୍ରସାରଣ ଦିଗରେ ବାଧା ସୃଷ୍ଟିହେବାରେ ଦେଖା ଦେଇଛି।ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଧା କାର୍ଯ୍ୟରେ ଅଗ୍ରଗତି ନହେଲେ ଅଗଷ୍ଟ ୧ ତାରିଖରେ ଜାତୀୟ ରାଜପଥ ଅବରୋଧ ସହ ସୋରର ଜନ ସାଧାରଣଙ୍କୁ ନେଇ ବ୍ୟାପକ ଗଣ ଧାରଣା ଦେବାକୁ ନିଷ୍ପତ୍ତି ହୋଇଛି।
 ଏହି ବୈଠକରେ ଦାମୋଦର ଦାଶ ମହାପାତ୍ର, ଗଙ୍ଗାଧର ପାଢୀ, ମାୟାଧର ନାୟକ, ମନୋଜ କୁମାର ରାୟ , ଇଂ ଦିବାକର ଦଳାଇ, ପଞ୍ଚାନନ ଶିଅଳ,ଜିତେନ୍ଦ୍ର କୁମାର ବେହେରା,ମାନସ କୁମାର ପଣ୍ଡା, ଅଦୈତ୍ଯ କୁମାର କର,ନିତ୍ୟାନନ୍ଦ କର,ପଙ୍କଜ କୁମାର ପଣ୍ଡା,ବାସୁକୃଷ୍ଣ ମହାପାତ୍ର, କଟଚନ୍ଦ୍ର ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ରବୀନ୍ଦ୍ର କୁମାର ଦାସ,ରତିରଞ୍ଜନ କର,ରବୀନ୍ଦ୍ର ନନ୍ଦ,ପ୍ରଫୁଲ୍ଲ ଷଡ଼ଙ୍ଗୀ,ଚକ୍ରଧର ପାଢୀ,ଶ୍ରୀଧର ପତ୍ରି,ଉଦ୍ଧବ ଚରଣ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।ମଞ୍ଚର ସମ୍ପାଦକ ଡକ୍ଟର ନରହରି ନାୟକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କାରିଥିଲେ, ବରିଷ୍ଠ ସଦସ୍ୟ ଉଦ୍ଧବ ଚରଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
Ad2
Leave A Reply