Odisha news

କାକଟପୁରରେ ପରିବା ଦର ଆକାଶ ଛୁଆଁ,ଚିନ୍ତାରେ ଖାଉଟି. 

0
କାକଟପୁର ତା ୧୨/୬, ରାତି ପାହିଲେ ରଜ, ସମଗ୍ର ଅଞ୍ଚଳର ଲୋକେ ବେଶ ଉତ୍ସାହିତ ଥିବାବେଳେ କାକଟପୁର ମୁଖ୍ୟ ବଜାର ଏବଂ ସ୍ଥାନୀୟ ସାପ୍ତାହିକ ହାଟ କୁଣ୍ଢେଇହାଟ, ଓଥକା, ଅମୂଣିଆ ପାଟଣା, ଫକିରସାହି, ଗମ୍ଭାରିପଦା ବାଙ୍ଗୁରୀଗାଁ ଅଞ୍ଚଳରେ ରେ ପରିବାଦର ଆକାଶ ଛୁଆଁ ଥିବାବେଳେ ଖାଉଟିଙ୍କ ରୋଷେଇ ଘରୁ ପରିବା ପ୍ରାୟତଃ ଉଭାନ ହୋଇଯାଇଛି l ଆଳୁ କିଲୋ 30 ଥିବାବେଳେ ପିଆଜ 40 ସାଙ୍ଗକୁ ଭେଣ୍ଡି, ବାଇଗଣ, ପୋଟଳ, କୁନ୍ଦୁରି, ସାରୁ, ଜହ୍ନି ଆଦି ପରିବା କିଲୋ ପ୍ରତି 50 ଟଙ୍କା ଉପରେ l ଚଢ଼ାଦର ଯୋଗୁଁ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ବେପାରୀ ମଧ୍ୟ ସଂକଟରେ ପଡିଛନ୍ତି l ଖାଉଟି ଯେଉଁ ପରିବା ୧ କିଲୋ ନେବା କଥା ତାହାକୁ 250 ଗ୍ରାମ ରେ ସନ୍ତୁଷ୍ଟ ହେବାକୁ ପଡୁଛି l ହୋଲସେଲ ଦୋକାନୀଙ୍କ ଠାରୁ ରେଟ ଉଚ୍ଚାରେ କିଣା ଯାଉଥିବା ଦୋକାନୀ କହୁଥିବାବେଳେ ଅଦିନିଆ ବର୍ଷା ରେ ଚାଷୀଙ୍କ ପରିବା ଉଜୁଡି ଯାଉଥିବା ଅନ୍ୟ ଏକ କାରଣ ବୋଲି ଦୋକାନୀ ସଫେଇ ଦେଇଛନ୍ତି l ମଧ୍ୟବିତ୍ତ ପରିବାର ପାଇଁ ଏହା ବୋଝ ପାଲଟିଛି l ସେହିପରି ପରିବା ଦର ସାଙ୍ଗକୁ ଡାଲି ତେଲ ଆଦି ନିତ୍ୟ ବ୍ୟବହାର ଜିନିଷ ରେଟ ମଧ୍ୟ କହିଲେ ନସରେ l ଦରଦାମ ଉପରେ ଅଙ୍କୁଶ ରହୁନି ପ୍ରଶାସନର ଫଳରେ ଅଧିକ ଦାମରେ ଜିନିଷ କିଣି ସନ୍ତୁଳି ହେଉଛନ୍ତି ଖାଉଟି l
Ad2
Leave A Reply