Odisha news

ବିଜୟୱାଡ଼ା ରେ ଦୁଇ ପ୍ରବାସୀ ଓଡ଼ିଆ ଶ୍ରମିକ ମୃତ ଘଟଣା। ଗାଁ ରେ ପହଞ୍ଚିଲା ଶବ, ଶୋକାକୁଳ ପରିବେଶ ରେ ଶବ ସଂସ୍କାର। ପୁଅ କୁ ଝୁରୁଛି ପରିବାର, କଲେଜ ଛୁଟି ଥିବାରୁ ଯାଇଥିଲେ ରୋଜଗାର କରିବାକୁ, ଏୟାର ଫୋନ ନେଲା ଜୀବନ।

0

ସିନାପାଲି:୧୨/୬  :  ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଝାରବନ୍ଧ ଗ୍ରାମ ପଞ୍ଚାୟତ ର ତିଲେଇମାଳ ଗ୍ରାମର ଜଗଦିଶ ସିଂ ବାବୁ (୨୨) ଓ କେନ୍ଦୁମୁଣ୍ଡା ପଞ୍ଚାୟତ ଦର୍ଲିପଡା ଗ୍ରାମର ଈଶ୍ୱର ବେମାଲ (୨୦) ଦୁଇ ପ୍ରବାସୀ ଓଡ଼ିଆ ଶ୍ରମିକ ଙ୍କ ମୃତ ଦେହ ବୁଧବାର ସକାଳ ୫ ଘଣ୍ଟା ସମୟରେ ଗାଁ କୁ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶବ ସଂସ୍କାର କରାଯାଇଛି। ପରିବାର ସୁତ୍ର ରୁ ପ୍ରକାଶ ଯେ, ଏହି ମୃତକ ଦ୍ବୟ ଅନ୍ତରଙ୍ଗ ସାଙ୍ଗ ହୋଇ ରହୁଥିଲେ। ଗାଁ ଅଲଗା ହେଲେ ମଧ୍ୟ ପଡୋଶୀ ଗାଁ ହୋଇଥିବାରୁ ଦୁହେଁ ମିଳିମିଶି ରହୁଥିଲେ। ଦୁହେଁ ଅଲଗା ଅଲଗା କଲେଜ ରେ ପାଠ ପଢୁଥିଲେ। ହେଲେ ଦୁଇ ସାଙ୍ଗ କଥା ହୋଇ କଲେଜ ଛୁଟି ଥିବାରୁ ଦୁଇ ପଇସା ରୋଜଗାର କରି ପଢା ଖର୍ଚ୍ଚ ବାହାର କରିବା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶ ର ବିଜୟୱାଡା ସହର କୁ ଚାଲିଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀ କାମ ରେ ନିୟୋଜିତ ହେଇଥିଲେ। ଗତ ଶନିବାର ୮ ତାରିଖ ଦିନ କାମ ସାରି ରାତ୍ର ପ୍ରାୟ ୯ରୁ ୧୦ ଟା ସମୟରେ ରହୁଥିବା ସ୍ଥାନ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ବିଜୟୱାଡା ରେଳ ଷ୍ଟେସନ ନିକଟକୁ ବୁଲିବାକୁ ଯାଇଥିଲେ। ସେଠାରେ ଦୁଇ ସାଙ୍ଗ କାନରେ ମୋବାଇଲ ଏୟାରଫୋନ ଲଗାଇ ରେଳ ଧାରଣା ନିକଟରେ ବସି ଗପ ସପ କରୁଥିଲେ। ଏତିକି ଵେଲେ ହଠାତ ଟ୍ରେନ ପହଞ୍ଚିବାରୁ ଦୌଡ଼ି ବାକୁ ଚେଷ୍ଟା କରିଥିଲେ ହେଲେ ଟ୍ରେନ ରେ ଲାଗି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରକାଶ କରିଛନ୍ତି। ଖବର ପାଇ ରେଳୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ସେଠାରେ ପଡ଼ିଥିବା ମୋବାଇଲ ର ସିମ କାର୍ଡ କୁ ଅନ୍ୟ ଏକ ମୋବାଇଲ ରେ ଭରି ଚାଲୁ ରଖିଥିଲା। ପରେ କମ୍ପାନୀ ର ମାଲିକ କାମ କୁ ନ ଆସିବା ଜାଣି ସେହି ନମ୍ବର କୁ ଫୋନ କରିବା ପରେ ରେଲୱେ ପୋଲିସ ମୃତ୍ୟୁ ବରଣ କରିଥିବା କହିଥିଲା। ଏହା ଶୁଣି ମାଲିକ ଘଟଣା ସ୍ଥଳ କୁ ଯିବା ପୂର୍ବରୁ ପୋଲିସ ସ୍ଥାନୀୟ ହସ୍ପିଟାଲ କୁ ନେଇଯାଇଥିଲା। ମାଲିକ ପରିବାର ଲୋକଙ୍କୁ ଜଣାଇବା ପରେ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସେଠାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ବୋଲି ପରିବାର ସୁତ୍ର ରୁ ଜଣାପଡିଛି। ମାଲିକ ଓ ସେଠାକାର ପ୍ରଶାସନ ର ସହଯୋଗରେ ଗାଁ କୁ ଶବ ଆଣିଥିବା ବେଳେ ଗାଁ ମଶାଣୀ ରେ ଶବ ସଂସ୍କାର କରାଯାଇଛି। ପୁଅ କୁ ହରାଇ ଦୁଇ ପରିବାର ଭାଙ୍ଗି ପଡିଥିବା ବେଳେ ପୁଅ କୁ ପାଠ ପଢ଼ାଇ ଭଲ ମଣିଷ କରିବା ଆଶା ଆଶା ରେ ହିଁ ରହିଗଲା ବୋଲି ଝୁରି ଝୁରି ମୁଣ୍ଡ ରେ ହାତ ଦେଇ ଚିନ୍ତା ରେ ରହିଛନ୍ତି ପରିବାର ଲୋକେ।

Ad2
Leave A Reply