ସୋର,୮/୬ : ସୋର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ପାଞ୍ଚଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଓବିଏସକେ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରେନ ତାଳଚେରରୁ କୋଇଲା ବୋଝେଇ କରି ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ବେଳେ ମାର୍କୋଣା ଷ୍ଟେସନ ନିକଟରେ ଗାର୍ଡ ଟ୍ରେନର ୫ ଟି ବଗିରେ ନିଆଁ ଲାଗିଥିବା ଦେଖି ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ସୋର ଷ୍ଟେସନ ମାଷ୍ଟର ଟ୍ରେନଟିକୁ ସୋର ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନକୁ ଅଟକାଇ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାପଡିଛି।
