Odisha news

ଉତ୍ତରେଶ୍ଵରରେ ସିରିଜ ଦୁର୍ଘଟଣା, ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ଦୁଇ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ଜଣେ ଗୁରୁତ୍ତର

0
ସୋର,୮/୬: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ଵର ନିକଟରେ ଶନିବାର ସକାଳେ ଏକ ସିରିଜ ଦୁର୍ଘଟଣା ଘଟିବାରୁ ଜଣେ ଟ୍ରକ ଚାଳକ ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତୀ ଯାଇଛି।ଆଜି ସକାଳେ ଖୋର୍ଦ୍ଧାରୁ ଗ୍ୟାସ ସିଲିଣ୍ଡର ବୋଝେଇ କରି ନୀଳଗିରି ଅଭିମୁଖେ ଆସୁଥିବା ଓଡି ୦୨ ଭି ଟ୍ରକଟି ଆଗରେ ଯାଉଥିବା ଅନ୍ୟ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକକୁ ପଛରୁ ଧକା ଦେଇଥିଲା। ଫଳରେ ଆଗରେ ଯାଉଥିବା ଟ୍ରକଟି ଅନ୍ୟ ଏକ ଅଜଣା ଟ୍ରକ ପଛରୁ ଧକା ଦେଇଥିଲା। ଦୁର୍ଘଟଣା ପରେ ଅଜଣା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପଛ ଟ୍ରକର ଚାଳକ ମାନସ ମହାପାତ୍ର ଗୁରୁତ୍ତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ପ୍ରାଥମିକ ଚିକିତ୍ସାପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରକକୁ ଜବତ କରି ଥାନାକୁ ଆଣିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
Ad2
Leave A Reply