ସାକ୍ଷୀଗୋପାଳ : ଜିଲ୍ଲାପାଳ, ପୁରୀଙ୍କ ନିର୍ଦ୍ଦେଶ ଅନୁସାରେ ସତ୍ୟବାଦୀ ପୋଲିସ ତରଫରୁ ଆଜି ବାଣ ତିଆରି କରିବା, ବାଣ ଗଛିତ ରଖିବା ରଖିବା ଓ ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରାଯାଇଅଛି l ଆଜି ରାତିରେ ସତ୍ୟବାଦୀ ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏ ଏସ ଆଇ ରମେଶ ଚନ୍ଦ୍ର ନିସଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଶ୍ରୀରାମ ଚନ୍ଦ୍ର ପୁର, ବୀର ରାମଚନ୍ଦ୍ର ପୁର ଗ୍ରାମରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା ଓ ଗ୍ରାମ ସଭାପତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷେଧଜ୍ଞା ସମ୍ପର୍କରେ ଅବଗତ କରିଥିଲେ l ସେହିପରି ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କୁ ମଧ୍ୟ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର ନିଷେଧଜ୍ଞା ସମ୍ପର୍କରେ ଅବଗତ କରିଥିଲେ l ଆସନ୍ତା ଶୀତଳ ଷଷ୍ଠୀ ଓ ଚମ୍ପକ ଦ୍ୱାଦଶୀ ଅବସରରେ ବାଣ ବନ୍ଦ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ଆସନ୍ତା କାଲି ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଆଇ ଆଇ ସି ଶ୍ରୀଯୁକ୍ତ ସାହୁଙ୍କ ସୂତ୍ରରୁ ଜଣାପଡିଛି l
