ସୋର,୩/୧: ଆସନ୍ତା ଜାନୁୟାରୀ ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ସୋର ଲୋକ ମହୋତ୍ସବ କମାଣପୁର ଠାରେ ଅନୁଷ୍ଠିତ ହେବ ବୋଲି ମହୋତ୍ସବ ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ସଭାପତି ସମାଜସେବୀ ପ୍ରଦୀପ ଦାଶ ସୂଚନା ଦେଇଛନ୍ତି।ଏହି ଲୋକ ମହୋତ୍ସବରେ ଓଡିଶାର ପାରମ୍ପରିକ ନୃତ୍ୟ, ସଂଙ୍ଗୀତ ପରିବେଷଣ ହେବାପାଇଁ ସଂସ୍କୃତି ବିଭାଗ ଦ୍ଵାରା ସ୍ଥିରିକୃତ ହୋଇଛି । ଢେମସା, ଛଉ, ରଣପା, ସମ୍ବଲପୁରୀ, ଯୋଡୀ ଶଙ୍ଖ, ବାହାର ରାଜ୍ୟର ରାଜସ୍ଥାନୀ ଚୁଡି, ବେଡସିଟ, ଠୁଙ୍କାପୁରୀ, ମଥୁରା କେକ, ରାମଦୋଳି, ଚାନ୍ଦ କା ତାରା, ଟୋରାଟୋରା, ଛୋଟପିଲାଙ୍କ ପାଇଁ ମିକି, ଜମିଂ, ଟ୍ରାଭେରା, ଧୂଆଁ ବିସ୍କୁଟ, ମିଠାପାନର ପସରା ଖୋଲିବ । ପ୍ରତିଦିନ ସଂନ୍ଧ୍ୟାରେ ଓଡିଶାର ନାମିଦାମି କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ତଥା କମିଟି ସମ୍ପାଦକ ସୁଧାଂଶୁ ବାରିକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ କୁମାର ଜେନା,ତ୍ରିଲୋଚନ ପଣ୍ଡା, ଗଣେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସିତାଂଶୁ ବାରିକ, ଦୀପୁ ମହାକୁଡ, ଜିତୁ ପାଢୀ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନାରେ ସହଯୋଗ କରିଥିଲେ ।