Odisha news

ଦାନଗଦି ଡ଼ାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଡାକ୍ତର ନ ଥିବାରୁ ଖୋଲୁନି ମା ଓ ଶିଶୁ ଯତ୍ନ କେନ୍ଦ୍ର

0
ଦାନଗଦି, ତା ୩/୧ : ଦାନଗଦି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ଭାବେ ନିର୍ମିତ ୩୦ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ଯତ୍ନ କେନ୍ଦ୍ରର ଏକ ନୂତନ ଗୃହ ରେ ଏବେ ତାଲା ପଡିଛି। ଯାହାକୁ ଗତ ଅକ୍ଟୋବର ୩୦ ତାରିଖ ରେ ଉଦ୍ଘାଟନ କରା ଯାଇଛି। ଜଣେ ବି ବିଶେଷଜ୍ଞ ଡାକ୍ତର ଏଠାରେ ନିଯୁକ୍ତି ପାଇ ପାରି ନାହାଁନ୍ତି। ଯାହାଫଳରେ ଦୈନନ୍ଦିନ ଏଠାକୁ ଆସୁଥିବା ଶିଶୁ ମାନେ ଚିକିତ୍ସା ନ ପାଇ ଅନ୍ୟତ୍ର ଘରୋଇ ଡାକ୍ତର ଖାନାକୁ ଯାଉଛନ୍ତି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଦାନଗଦି ବ୍ଲକ ର ୨୩ ପଞ୍ଚାୟତ ର ଜନସାଧାରଣ କିପରି ଭାବରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇ ପାରିବେ  ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ବ୍ୟୟ ରେ ଏକ ଏମ ସି ଏଚ ବିଲ୍ଡିଁ ନିର୍ମାଣ କରିଛନ୍ତି । ଏହି ବିଲ୍ଡିଂ ମା ଓ ଶିଶୁ ମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ। ୫ ଟି ରେ ଏହି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି। ଯାହାକି ଆଗକୁ ସ୍ବାସ୍ଥ୍ୟ ସେବାରେ ବହୁ ଉନ୍ନତି ଘଟିବା ସହ ଭିତ୍ତଭୂମି ର ମଧ୍ୟ ବିକାଶ ଘଟିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼ାଇ ଉଦ୍ଘାଟନୀ ଉତ୍ସବ ରେ କହିଥିଲେ। ହେଲେ ଆଜି ତାହା ଓଲଟା ହେଇଛି । ଡାକ୍ତର ନ ଥିବାରୁ ସେବା ଠପ୍ ହୋଇଛି। ଏହି ସିଏଚସି ଅଧୀନରେ  ୪ ଟି ପି ଏଚ ସି ରହିଛି। ସମସ୍ତ ପିଏଚସି ମାନଙ୍କରେ ଗୁରୁତର ଅବସ୍ଥାରେ ଉଭୟ ମା ଓ ଶିଶୁ ମାନଙ୍କୁ ଦାନଗଦି ଡ଼ାକ୍ତରଖାନାକୁ ରେଫର୍ କରୁଛନ୍ତି ହେଲେ ଏଠି ପହଞ୍ଚିବା ପରେ ନିରାଶ ହୋଇ ଘରୋଇ ଡାକ୍ତର ଖାନା କୁ ଯାଉଛନ୍ତି। ଶିଶୁ ମୃତ୍ୟୁ ହାରକୁ ରୋକିବା ପାଇଁ ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି ହେଲେ ଜଣେ ଶିଶୁ ବିଭାଗ ଡାକ୍ତର ଙ୍କ ବିନା ଏହା ଖୋଲିବା କଷ୍ଟକର ହୋଇପଡିଛି। ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Leave A Reply