Odisha news

ଓଡିଶା କୃଷକ ସଭାର ବିକ୍ଷୋଭ

0
ଦଶପଲ୍ଲା ୩/୧ : ଓଡିଶା କୃଷକ ସଭା ପକ୍ଷରୁ ଦଶପଲ୍ଲା ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁରନ୍ତ ଦଶପଲ୍ଲା ର ସମସ୍ତ ସମବାୟ ସମିତି ରେ ଧାନମଣ୍ଡି ଖୋଲାଯାଇ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରିବା, ଧାନ ସଂଗ୍ରହ ସମୟ ରେ କଟନୀ ଛଟନି ବନ୍ଦ କରିବା , ଦଲାଲ ଙ୍କ ଠାରୁ ଧାନ କ୍ରୟ ବନ୍ଦ କରିବା ଏବଂ ଚୋରା ଧାନ ଚାଲାଣ ବନ୍ଦ କରିବା ଆଦି ଦାବି କରି କମିଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କମିଟି ସମ୍ପାଦକ ଗଣେଶ୍ୱର ନାୟକ ଙ୍କ ନେତୃତ୍ୱରେ ଚାଷୀ ମାନେ ଏହି ବିକ୍ଷୋଭ ପ୍ରଦର୍ଶିତ କରିଥିଲେ ପରେ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତହସିଲଦାର ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକ ଏହି ଦାବିପତ୍ର ଗ୍ରହଣ କରିଥିବା ବେଳେ ଦାବିଗୁଡିକ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ବିକ୍ଷୋଭ ରୁ ନିବୃତ ରହିଥିଲେ ।
Govt
Leave A Reply