Odisha news

ଅଘୋଷିତ ବିଜୁଳି କାଟ ବିରୁଦ୍ଧରେ ସୋର ଭାରତୀୟଜନତା ପାର୍ଟି ର ବିକ୍ଷୋଭ

0
ସୋର 19/6/23:-ଅଘୋଷିତ ବିଜୁଳି କାଟ ବିରୁଦ୍ଧରେ ସୋର ଭାରତୀୟ ଜନତା ପାର୍ଟି ର ଦଳ ର ନେତା ରାକେଶ ମଲ୍ଲିକ ଓ ନଗର ମଣ୍ଡଳ ସଭାପତି ସନ୍ତୋଷ ସାହୁ ଙ୍କ ନେତୃତ୍ୱ ରେ ସୋର ବିଦ୍ୟୁତ ବିଭାଗ ସବଡ଼ିଭିଜନ ଅଫିସ ରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି.. ପ୍ରକାଶ ଥାଉ କି ବିଦ୍ୟୁତ ବିଭାଗ ର ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକ ମାନେ ଅସହ୍ୟ ଗରମ ଗୁଳୁ ଗୁଳି ରାତ୍ରି ଅନ୍ଧାର ହେତୁ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି…. ତତ ସହିତ ବିଦ୍ୟୁତ ବିଭାଗ ର ଅହେତୁକ ଦର ବୃଦ୍ଧି ଯୋଗୁଁ ଗରିବ ସାଧାରଣ ଲୋକମାନେ ଆର୍ଥିକ ଚାପ ରେ ରହୁଛନ୍ତି…. ରାଜ୍ୟ ବ୍ୟାପି ଏହା ବିରୁଦ୍ଧରେ ବିକ୍ଷୋଭ ହେବା ପରେ ମଧ୍ୟ ବିଦ୍ୟୁତ ବିଭାଗ ଏବଂ ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ଛନ୍ତି… ଦୁଃଖ ଏବଂ ପରୀତାପ ର ବିଷୟ ମହାମାନ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଆୟୋଜିତ ଉତ୍ସବ ଏବଂ ଖୋଦ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେଓ ଙ୍କ ସଭା ରେ ବିଦ୍ୟୁତ ବିଭ୍ରାଟ ହେବା ପରେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାର ଙ୍କ ର ଖାମ ଖିଆଲ କୁ ସାଧାରଣ ଲୋକ ଗ୍ରହଣ କରି ପାରୁନାହାନ୍ତି…. ଆଜିର ଏହି ପ୍ରତିବାଦ ସଭା ରେ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ା, ଉପାଧ୍ୟକ୍ଷ ସସ୍ମିତା ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ବେହେରା, ମହିଳା ମୋର୍ଚ୍ଚା ସଭାପତି ମନୀଷା ବେହେରା, ବରିଷ୍ଠ ନେତା ରବୀନ୍ଦ୍ର ଜେନା, ନଳିନୀ କାନ୍ତ ମହାପାତ୍ର, ପାରିଷଦ ରଞ୍ଜନ ଦାସ, ଭଜହରୀ ପୃଷ୍ଟି, ପାର୍ବତୀ ତରାଇ, ରୀନା ରାଣୀ ସେଠି, ସମିତି ସଭ୍ୟ ସୁକେଶ ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ନିରୋଦ ପ୍ରଭା ପଣ୍ଡା, ଗଣେଶ ଦାସ, ସିଦ୍ଧେଶ୍ୱର ବେହେରା, ବରିଷ୍ଠ ସଦସ୍ୟ ଖଗେନ୍ଦ୍ର ପ୍ରଧାନ, ଶେଖର ବାନାର୍ଜୀ, ମିହିର ପାଣି, ଶ୍ରୀଧର ମହାପାତ୍ର, ତାରକ ବେହେରା, ଦେବୀଦତ୍ତ ମହାପାତ୍ର, ଅମର ନାୟକ, ଗୋପାଳ କୃଷ୍ଣ ଗୋଖଲେ, ସୁକାନ୍ତ ମହାଳିକ, ମୁକ୍ତିକାନ୍ତ ମହାପାତ୍ର, ଧୀରେନ୍ଦ୍ର ଜେନା, ସୁବ୍ରତ ସାହୁ, ଡମ୍ବୁରୁ ଧର ନାୟକ, ଲୋକନାଥ ପଣ୍ଡା, ରମାକାନ୍ତ ପଣ୍ଡା, ଦାଶରଥି ନାୟକ, ବିଜୟ ଦାସ, ଏବଂ ବହୁ ଦଳୀୟ କର୍ମୀ ଏହି ବିକ୍ଷୋଭ ରେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ..
Leave A Reply