Odisha news

ଅଜଣା କାର ଧକାରେ ୨ ବାଇକ ଆରୋହି ଗୁରୁତର

0

ସୋର,୮/୬ : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ଆରତୀ ଢ଼ାବା ନିକଟରେ ଏକ ଅଜଣା କାର ବାଇକକୁ ପଛରୁ ଧକା ଦେବା ଫଳରେ ୨ ବାଇକ ଆରୋହି ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଅପରାହ୍ଣରେ ସୋର ବ୍ଲକ ସାଜନପୁର ପଞ୍ଚାୟତ ଅଙ୍କ ବ୍ରହ୍ମପୁର ଗ୍ରାମର ଦିଲୀପ କୁମାର ଜେନା ଓ ତାଙ୍କ ପୁତୁରା କୈଳାଶ ଜେନା ବାଇକ ଯୋଗେ ସୋର ଅଭିମୁଖେ ଆସୁଥିଲେ। ଏହି ଢ଼ାବା ନିକଟରେ ଏକ ଅଜଣା କାର ତାଙ୍କ ବାଇକକୁ ପଛରୁ ଧକା ଦେଇ ଫେରାର ହୋଇଯାଇଥିଲା । ଫଳରେ ଉଭୟ କକା ଓ ପୁତୁରା ରାସ୍ତା କଡରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦିଲୀପଙ୍କର ଅବସ୍ଥା ଅତି ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

Govt
Leave A Reply