Odisha news

ସୋରରେ କାଳ ବୈଶାଖୀର ତାଣ୍ଡବ , ବହୁ ବିଦ୍ୟୁତ୍ ଖୁଣ୍ଟି, ଗଛ, ଘର ଧରାଶାୟୀ : ବିଦ୍ୟୁତ୍ ସରବରାହ ବନ୍ଦ

0

ସୋର, ୮ /୬- ଆଜି ଅପରାହ୍ଣ ୩ଟା ସମୟରେ ସୋର ଅଞ୍ଚଳରେ ଏକ ପ୍ରଚଣ୍ଡ ଝଡ଼ତୋଫାନ ହେବା ଫଳରେ ବ୍ୟାପକ କ୍ଷତି ଘଟାଇଥିବା ଦେଖାଯାଇଛି । ଏହି ସମୟରେ ୧୫ କି.ମିରୁ ଅଧିକ ବେଗରେ ପ୍ରବଳ ପବନ ବୋହିବା ସାଙ୍ଗକୁ ଝଡ଼ ବର୍ଷା ହେବା ଫଳରେ ଅନେକ ଚାଳ, ଦିସ୍ତା ଓ ଆଜବେଷ୍ଟ ଘର ଉଡ଼ାଇ ନେଇଥିଲା । ସୋର-କୁପାରି ରାସ୍ତା ସରଶଂଖ ନିକଟରେ ଏକ ବିରାଟ ଗଛ ଭାଙ୍ଗିପଡ଼ିବା ଫଳରେ ଅକ୍ଷୟ କୁମାର ସାହୁ ଏବଂ ଶରତ ଚନ୍ଦ୍ର ମିଶ୍ରଙ୍କର ଦୋକାନଘର ଭାଙ୍ଗିଯାଇଛି । ଏହି ଗ୍ରାମ ରାସ୍ତାରେ ଏକ ବରଗଛ ଉପୁଡ଼ି ପଡ଼ିଛି । ନଦୀଗାଁରୁ କୁଡ଼େଇ ସଂଯୋଗ କରୁଥିବା ରାସ୍ତାରେ ଏକ ଆମ୍ବଗଛ ଉପୁଡ଼ି ପଡ଼ିବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଏଥି ସହିତ ମାଣିପୁର ଫିଡର, ପୀତାକାଳିଆ ଫିଡର ଏବଂ କଲେଜଛକ କଣ୍ଟ୍ରୋଲରୁମରୁ ସଂଯୁକ୍ତ ହୋଇଥିବା ପାଖପାଖି ୫୦ଟି ବିଦ୍ୟୁତ ଖୁଣ୍ଟି ଭାଙ୍ଗି ପଡ଼ିଥିବା ଫଳରେ ସୋର ଅଞ୍ଚଳ ଦୀର୍ଘ ସମୟ ଧରି ଅନ୍ଧାରରେ ରହିଛି । ସୋର ଅଗ୍ନିଶମ ବିଭାଗର କର୍ମଚାରୀମାରନେ ଘଟଣାସ୍ଥଳରେ ପହଞ୍ôଚ ଗଛ କାଟି ରାସ୍ତା ସଫା କରିଛନ୍ତି । ମହୁମୁହାଣ ପଞ୍ଚାୟତ ଦରଖୋଳି ଗ୍ରାମର ସୁରେନ୍ଦ୍ର ପୁହାଣ ଆଜବେଷ୍ଟ ଛପର ଉଡ଼େଇ ନେଇଛି । ସେହିପରି ସୋର ପୈରପରିଷଦର ଷ୍ଟେସନଛକର ଏକ ଦିସ୍ତାଛପର ଘର ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି । ସେହିପରି ସୋରର ବିଭିନ୍ନ ସ୍ଥାନରେ କ୍ଷୟ କ୍ଷତି ହେବା ସହିତ ବିଦ୍ୟୁତ ଖୁଣ୍ଟି ଭାଙ୍ଗିଥିବା ସୂଚନା ମିଳିଛି । ବିଦ୍ୟୁତ୍ କର୍ମଚାରୀମାନେ ବିଦ୍ୟୁତ ଲାଇନ୍ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । କମରପୁର ରାସ୍ତା ଗଛଡାଳ ପଡି ଅବରୋଧ ହୋଇଛି । ବଡ଼ଖୁରୀ କାମେଶ୍ୱର ମନ୍ଦିର ନିକଟରେ ୬୦ ଫୁଟର ପ୍ରାଚେରୀ ଭାଙ୍ଗି ପଡ଼ିଛି ।

Leave A Reply