+୨ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ ଘୋଷିତ : କଳାରେ 75.64 % ଓ ଧନ୍ଦାମୂଳକ ଶିକ୍ଷାରେ 67.51 % ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ
ବ୍ରହ୍ମପୁର, 0୮l0୬ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତର ବାର୍ଷିକ ପରୀକ୍ଷା ଫଳାଫଳ ଆଜି ଅପରାହ୍ଣରେ ପ୍ରକାଶିତ ହୋଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଅଶ୍ୱଥି ଏସ୍. ଯୋଗଦେଇ ପୁସ୍ତିକା ଉନ୍ମୋଚନ କରିବା ସଂଗେ ସଂଗେ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ଘୋଷଣା କରିଥିଲେ l ଫଳାଫଳ ଘୋଷଣା କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ଉପାଧ୍ୟାକ୍ଷ ଡ. ସୁନୀଲ କୁମାର ଜେନା, ସଚିବ ଶୁଭ୍ରବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ଚଳିତ ବର୍ଷ ଓଡ଼ିଶାର ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରେ ଉଭୟ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଶାଜନକ ସଫଳତା ହାସଲ କରିଥିବା ଘୋଷିତ ଫଳାଫଳରୁ ସୂଚନା ମିଳୁଛି l
ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ଚଳିତ +୨ କଳା ପରୀକ୍ଷାରେ ସର୍ବମୋଟ 48753 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 47998 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 32820 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 75.64 ପ୍ରତିଶତ l ଏମାନଙ୍କ ମଧ୍ୟରୁ 5363 ଜଣ ପ୍ରଥମ, 5949 ଜଣ ଦ୍ବିତୀୟ ଓ 25425 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 84 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l 50 ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି ଏବଂ କୌଣସି କାରଣରୁ ଜଣେ ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l
ସେହିପରି ଚଳିତ ବର୍ଷ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ସର୍ବମୋଟ 875 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 852 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 581 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 67.51 ପ୍ରତିଶତ l 89 ଜଣ ପ୍ରଥମ, 236 ଜଣ ଦ୍ବିତୀୟ, 231 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 24 ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ଏ ବର୍ଷ କପି ଅଭିଯୋଗରେ କେହି ଅଭିଯୁକ୍ତ ହୋଇ ନ ଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ରହିଥିବା ଡ. ଓଝା ଜଣାଇଛନ୍ତି l
ଗଞ୍ଜାମ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ 18407 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 18222 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 14469 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 79.40 ପ୍ରତିଶତ l ଏମାନଙ୍କ ମଧ୍ୟରୁ 3247 ଜଣ ପ୍ରଥମ, 2815 ଜଣ ଦ୍ବିତୀୟ ଓ 8375 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 36 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l 12 ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ 253 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 245 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 181 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 73.87 ପ୍ରତିଶତ l 22 ଜଣ ପ୍ରଥମ, 64 ଜଣ ଦ୍ବିତୀୟ, 90 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 5 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
ଗଜପତି ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ 3577 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 3523 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 2873 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 81.54 ପ୍ରତିଶତ l ଏମାନଙ୍କ ମଧ୍ୟରୁ 224 ଜଣ ପ୍ରଥମ, 433 ଜଣ ଦ୍ବିତୀୟ ଓ 2211ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 5 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l 8 ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଜପତି ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ 133 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 130 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 62 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 47.69 ପ୍ରତିଶତ l 15 ଜଣ ପ୍ରଥମ, 26 ଜଣ ଦ୍ବିତୀୟ, 12 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l 8 ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ଜଣାପଡ଼ିଛି l
କୋରାପୁଟ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ 5842 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 5739 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 4134 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 72.03 ପ୍ରତିଶତ l ଏମାନଙ୍କ ମଧ୍ୟରୁ 379 ଜଣ ପ୍ରଥମ, 527 ଜଣ ଦ୍ବିତୀୟ ଓ 3202 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 26 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
ସେହିପରି ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ 180 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 175 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 104 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 59.42 ପ୍ରତିଶତ l 9 ଜଣ ପ୍ରଥମ, 33 ଜଣ ଦ୍ବିତୀୟ, 58 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 4 ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
ମାଲକାନଗିରି ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ 3122 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 3055 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 2191 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 71.71 ପ୍ରତିଶତ l ଏମାନଙ୍କ ମଧ୍ୟରୁ 98 ଜଣ ପ୍ରଥମ, 251 ଜଣ ଦ୍ବିତୀୟ ଓ 1837 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 5 ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ 5 ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ନ ଥିବା ଏହି ସୂତ୍ରରୁ ପ୍ରକାଶ l
ନବରଙ୍ଗପୁର ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ 4450 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 4344 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 3073 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 70.74 ପ୍ରତିଶତ l ଏମାନଙ୍କ ମଧ୍ୟରୁ 199 ଜଣ ପ୍ରଥମ, 352 ଜଣ ଦ୍ବିତୀୟ ଓ 2520 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l 2 ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବେଳେ 12 ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ନ ଥିଲେ l
ରାୟଗଡ଼ା ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ 4033 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 3971 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 2954 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 74.38 ପ୍ରତିଶତ l ଏମାନଙ୍କ ମଧ୍ୟରୁ 324 ଜଣ ପ୍ରଥମ, 448 ଜଣ ଦ୍ବିତୀୟ ଓ 2180 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l 4 ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଥିବା ବେଳେ ଜଣକର ଫଳାଫଳ ସ୍ଥଗିତ ରହିଛି l
ସେହିପରି ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ 95 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 93 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 60 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 64.51 ପ୍ରତିଶତ l 10 ଜଣ ପ୍ରଥମ, 40 ଜଣ ଦ୍ବିତୀୟ, 4 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l 6 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣକର ଫଳାଫଳ ସ୍ଥଗିତ ରହିଛି l
ବୌଦ୍ଧ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ 3351 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 3306 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 2537 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 76.73 ପ୍ରତିଶତ l ଏମାନଙ୍କ ମଧ୍ୟରୁ 442 ଜଣ ପ୍ରଥମ, 473 ଜଣ ଦ୍ବିତୀୟ ଓ 1619 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l 3 ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ 7 ଜଣ କପି ଅଭିଯୁକ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ l
ସେହିପରି ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ 69 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 67 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 47 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 70.14 ପ୍ରତିଶତ l 8 ଜଣ ପ୍ରଥମ, 26 ଜଣ ଦ୍ବିତୀୟ ଶ୍ରେଣୀରେ ଓ 13 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l
କନ୍ଧମାଳ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ 5971 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 5838 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 4589 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 78.60 ପ୍ରତିଶତ l ଏମାନଙ୍କ ମଧ୍ୟରୁ 454 ଜଣ ପ୍ରଥମ, 650 ଜଣ ଦ୍ବିତୀୟ ଓ 3480 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l 5 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବେଳେ 2 ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ 145 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 142 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 127 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 89.43 ପ୍ରତିଶତ l 25 ଜଣ ପ୍ରଥମ, 47 ଜଣ ଦ୍ବିତୀୟ, 54 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l