Odisha news

ନକଲି ରସିଦରେ ୨୩ଲକ୍ଷ ହରିଲୁଟ ମାମଲା , ସ୍ପେଶାଲ ଅଡିଟ୍ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା ବିଭାଗ

0

କୋଣାର୍କ – କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା ଆକାଉଣ୍ଟାଣ୍ଟ ଶିଳାକୀର୍ତ୍ତି ପାତ୍ର ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଟଙ୍କା ହରିଲୁଟ କରିଥିବା ଘଟଣାର ସ୍ପେଶାଲ ଅଡିଟ୍ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ। କୋଣାର୍କ ଭଗବତୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ  ଉଚ୍ଚ ଶିକ୍ଷା ବିଭାଗର ପତ୍ରସଂଖ୍ୟା – ୨୪୪୨୭, ତା ୭/୬/୨୦୨୩ ଅନୁଯାୟୀ ୯/୬/୨୩ ତାରିଖରେ  ମନମୋହନ ଦାଶ, ଏଏଓ ଏଵଂ ଲାଲବାହାଦୁର ବାଙ୍କିଆ କୋଣାର୍କ କଲେଜରେ ପହଞ୍ଚି ୨୦୧୭ ଜାନୁଆରୀରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ସମୟାଵଧିର ଆର୍ଥିକ ପରିଚାଳନାର ସ୍ୱତନ୍ତ୍ର ଅଡିଟ୍ କରିବେ। ଏକ ସପ୍ତାହ ମଧ୍ୟରେ ଏହି ଅଡିଟ୍ ଶେଷ ହେଵ । ଅନ୍ୟପଟେ ଶିଳାକୀର୍ତ୍ତି ପୁରୁଣା ପାଠକୁ ଦୋହରାଇ ଲିଖିତ ଭାବେ କଲେଜ୍ ଅଧ୍ୟକ୍ଷ ଅବତାର ମିଶ୍ରଙ୍କୁ ଦେଇଛନ୍ତି । ଶିଳାକୀର୍ତ୍ତି ଉପଜିଲ୍ଲାପାଳ ଓ କୋଣାର୍କ କଲେଜ ଅଧ୍ୟକ୍ଷଙ୍କୁ ଦେଇଥିବା ଚିଠିରେ ଅର୍ଥ ହେରଫେର ଘଟଣାକୁ ସ୍ୱୀକାର କରିବା ସହିତ ଏହି ହରିଲୁଟ୍ ମାମଲାରେ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ଆକାଉଣ୍ଟ ଵର୍ସରଙ୍କ ସମେତ ଆଉ କେତେକ କର୍ମଚାରୀ ଏଥିରେ ସଂପୃକ୍ତ ଥିବା ଉଲ୍ଲେଖ କରିଛନ୍ତି। ସ୍ପେଶାଲ ଅଡିଟ୍ ପରେ ଶିଳାକୀର୍ତ୍ତିଙ୍କ ସହିତ ଆଉ କେଉଁମାନେ ଏହି ଅର୍ଥ ହରିଲୁଟରେ ସଂପୃକ୍ତ ଅଛନ୍ତି, ତାହା ସ୍ପଷ୍ଟ ହୋଇଯିଵ ବୋଲି କୋଣାର୍କ କଲେଜ ଅଧ୍ୟକ୍ଷ ଅବତାର ମିଶ୍ର ପ୍ରକାଶ କରିଛନ୍ତି।

Leave A Reply