ଵ୍ରହ୍ମପୁର ୮/୬- ବଡବ୍ଜ଼ାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ନିକଟ ଗାୟତ୍ରୀ ବିହାରରେ ସୁଶାନ୍ତ ମିଶ୍ରଙ୍କ ଘରୁ ଲୁଟିଆ ଗ୍ୟାଙ୍ଗ ଗତ ୩୧ ତାରିଖ ବିଳମ୍ବିତ ରାତ୍ରରେ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି କରିନେଇଥିଲେ। ଏହି ଘଟଣାରେ ବଡବ୍ଜ଼ାର ପୋଲିସକୁ ସଫଳତା ମିଳିଛି। ୪ ଜଣିଆ ଲୁଟିଆ ଗ୍ୟାଙ୍ଗକୁ ପୋଲିସ କାବୁ କରିଛି। ଅଭିଯୁକ୍ତ ମାନେ ହେଲେ ବଡବ୍ଜ଼ାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଶାନ୍ତି ମାର୍ଗର ଶଙ୍କର ପଣ୍ଡା(୨୦), ଫାଷ୍ଟଗେଟ କୁମୁଟି ସାହିର ଆକାଶ ପଣ୍ଡା (୨୨), ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡିର ବାବୁ ସାହୁ(୨୫) ଓ ଟାଉନ ଥାନା ଅନ୍ତର୍ଗତ ଭବାନୀ ନଗରର ରାଜା ପାତ୍ର(୨୩)। ଗୁରୁବାର ପୋଲିସ ଉପରୋକ୍ତ ଲୁଟିଆ ଗ୍ୟାଙ୍ଗକୁ ଗିରଫ କରିଛି। ମାମଲା ନମ୍ବର ୧୯୦/୨୩ ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ସେହିପରି ପୋଲିସ ଲୁଟିଆ ମାନଙ୍କ ନିକଟରୁ ୧୦ ଭରି ର ରୁପା ସାମଗ୍ରୀ , ସୁନା ଓ ୨୦ ହଜାର ଟଙ୍କା ବ୍ୟାଙ୍କ ପାସବୁକ ଜବତ କରିଛି ବୋଲି ସେ କହିଛନ୍ତି।
ଘଟଣାରୁ ପ୍ରକାଶ ଯେ, ବୁଧବାର ରାତ୍ର ସୁଶାନ୍ତ ମିଶ୍ର ତାଙ୍କ ପରିବାର ସହ ଘରର ପ୍ରଥମ ମହଲାରେ ଶୋଇଥିଲେ। ଗୁରୁବାର ସକାଳେ ଉଠି ଦେଖିବା ବେଳେ ତଳ ମହଲାର ଚାବି ଭଙ୍ଗା ଯାଇଥିଲା ସେ ଘର ଭିତରକୁ ଯାଇ ଦେଖିବା ବେଳେ ଦୁଇଟି ଅଲମୀରା ଭଙ୍ଗା ହୋଇଥିବା ବେଳେ ସେଥିରେ ଥିବା ଆସବାବପତ୍ର ଫିଙ୍ଗାଫୋପଢା ହୋଇ ତଳେ ପଡିଥିଲା। ଆଲମୀରା ଭିତରେ ଥିବା ୧୦ ଭରି ରୂପ ସାମଗ୍ରୀ , କିଛି ସୁନା , ନଗଦ ୨୦ ହଜାର ଟଙ୍କା, ବ୍ୟାଙ୍କ ପାସବୁକ ଓ ଏଟିମ କାର୍ଡ ଚୋରି ହୋଇଯାଇଥିଲା। ପରେ ଗୃହକର୍ତ୍ତା ଏନେଇ ବଡବ୍ଜ଼ାର ଥାନାରେ ଅଭିଯୋଗ କରିଥିଲେ।