Odisha news

ବିଷପିଇ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପା ଘର ଲୋକେ

0

ସୋର,21/4 ସିମୁଳିଆ ଥାନା ଚାଲୁଣିଗାଁ ଗ୍ରାମର ଜଣେ ମହିଳା ଆଜି ସକାଳେ ବିଷ ପାନ କରି ଗୁରୁତ୍ତର ହୋଇଥିବା ବେଳେ ମହିଳାଙ୍କ ବାପା ଘର ଲୋକେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ. ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବାପା ଘର ଲୋକେ ସିମୁଳିଆ ଥାନାରେ ଲିଜାଲତାକୁ ବିଷ ପିଆଇ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି . ଅଭିଯୋଗ ମୁତାବତ ସୋର ବ୍ଲକ ଟେଣ୍ଟେଇ ପଞ୍ଚାୟତ ଷୋଳଗାଁ ଗ୍ରାମର ନବକିଶୋର ନାୟକଙ୍କ ଝିଅ ଲିଜାଲତା ସହିତ ସିମୁଳିଆ ଥାନା ଚାଲୁଣିଗାଁ ଗ୍ରାମର ନୟନ ଲେଙ୍କାଙ୍କ ପୁଅ ସୁଶାନ୍ତ ଲେଙ୍କାଙ୍କ ସହିତ ୭ ବର୍ଷ ପୂର୍ବେ ବିବାହ ହୋଇଥିଲା. ବିବାହ ପରେ ଲିଜାଲତାଙ୍କ ଶ୍ବଶୁର, ଶାଶୁ ଏବଂ ସ୍ୱାମୀ ତାଙ୍କୁ ଅଧିକ ଯୌତୁକ ପାଇଁ ବିଭିନ୍ନ ସମୟରେ ଶାରୀରିକ ମାନସିକ ନିର୍ଯାତନା ଦେଉଥିବା ବେଳେ ତାଙ୍କୁ ବଳ ପୂର୍ବକ ବିଷ ପିଆଇ ଦେଇଥିବାରୁ ଲିଜାଲତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ମାଆ ସୁକାନ୍ତି ନାୟକ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି. ଅଭିଯୋଗ ମୂଳେ ସିମୁଳିଆ ପୁଲିସ 157/23 ରେ ଏକ ମାମଲା ରୁଜୁ କରି ସୋର ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି.

IEC 2 years
Leave A Reply