Odisha news

ଅଂଶୁଘାତରେ ଟଳିଲେ ଚାଷୀ

0

ବେତନଟୀ : ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଅଧୀନ କ୍ଷେତ୍ରପାଟଣା ଗ୍ରାମର ୫୫ ବର୍ଷୀୟ ଚାଷୀ ମଙ୍ଗୁଳୁ ପାତ୍ର ଡାହିସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ ଆଗାମୀ ଖରିଫ ଚାଷ ପାଇଁ ବଳଦ କିଣିବାକୁ ଯାଇଥିଲେ l ମାତ୍ର ଉକ୍ତ ସମୟରେ ବଳଦଟି ବିଲରେ ଚରିବାକୁ ଚାଲିଯାଇଥିବାବେଳେ ମଙ୍ଗୁଳୁ ବଳଦଟିକୁ ଦେଖିବାକୁ ଖରାରେ ବିଲକୁ ଚାଲିଯାଇଥିଲେ l ହେଲେ ସେଠାରେ ସେ ଅଂଶୁଘାତର ଶିକାର ହୋଇ ଟଳି ପଡ଼ିଥିଲେ l ସଙ୍ଗେ ସଙ୍ଗେ ଉପସ୍ଥିତ ଲୋକ ତାଙ୍କୁ ବେତନଟୀ ଡାକ୍ତରଖାନା ନେଇଯାଇଥିଲେ ବି କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ବୈଶିଙ୍ଗା ଥାନା ଏସଆଇ ସୁମନ୍ତ ସେଠୀ ବେତନଟୀ ଡାକ୍ତରଖାନାରେ ପହଞ୍ଚି ମଙ୍ଗୁଳୁର ଶବ ବ୍ୟବଛେଦ କରାଇବା ସହିତ ୨୦/୨୩ ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି l

Nalco
Leave A Reply