ସୋର,21/4 ସୋର ବ୍ଲକ କେଦାରପୁର ପଞ୍ଚାୟତ ଘାସୁଆ ଖରାଖିଆ ବାଙ୍କପଦାରୁ ଗତ ମଙ୍ଗଳବାର ସନ୍ଧ୍ୟାରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ୪୮ ଘଣ୍ଟା ପରେ ମୃତା ମହିଳାଙ୍କ ପରିଚୟ ମିଳିଥିବା ସୋର ପୁଲିସ ସୂଚନା ଦେଇଛି. ଗତ ମଙ୍ଗଳବାର ସଂଧ୍ୟାରେ ଏହି ସ୍ଥାନରେ ଜଣେ ମହିଳାଙ୍କ ଗଳିତ ମୃତ ଦେହ ଦେଖି ସ୍ଥାନୀୟ ଲୋକେ ସୋର ପୁଲିସକୁ ଖବର ଦେଇଥିଲେ. ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାତି ସାରା ଶବକୁ ଜଗି ରହିଥିବା ବେଳେ ବୁଧବାର ସକାଳେ ଆଇଆଇସି ସୁଜାତା ଖମାରୀ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଜବତ କରି ବ୍ୟବଛେଦ କରି ଶବ ଚିହ୍ନଟ ପାଇଁ ୯୬ ଘଣ୍ଟା ବାଲେଶ୍ୱର ଶବ ଗୃହରେ ରଖିଥିଲା l ସୋର ପୋଲିସ ଘଟଣାକୁ ଗୁରୁତ୍ୱ ନେଇ ତଦନ୍ତ କରୁଥିବା ବେଳେ ଆଜି ମୃତା ମହିଳାଙ୍କ ପରିଚୟ ମିଳିଥିଲା l ମହିଳା ଜଣକ ହେଲେ ଭଦ୍ରକ ଜିଲା ବାସୁଦେବ ପୁର ବ୍ଲକ ଅରଣ୍ଡୁଆ ଗ୍ରାମର କିଶୋର ଜେନାଙ୍କ ସ୍ତ୍ରୀ ବନଲତା ଜେନା l ବନଲତାର ଘର ସେହି ବ୍ଲକ୍ ଲୁଙ୍ଗା ଗ୍ରାମରେ ବୋଲି ସୋର ପୁଲିସ ସୂଚନା ଦେଇଛି l ବନଲତା ର ସ୍ବାମୀ କିଶୋର ସହିତ ତିକ୍ତତା ରହିଥିଲା l ଘଟଣା ଦିନ ଠାରୁ କିଶୋର ଫେରାର ରହିଛି l ବନଲତାଙ୍କ ପରିବାର ତରଫରୁ ଏ ବାବଦରେ ବାସୁଦେବପୁର ଥାନାରେ ଅଭିଯୋଗ କରାଯାଇଥିବା ଜଣା ଯାଇଛି
