Odisha news

ସୋରରେ ଅବକାରୀ ବିଭାଗର ମିଳିତ ଚଢ଼ାଉ, ଦେଶୀମଦ ସହ ୪ ଗିରଫ

0

ସୋର, ୯/୪ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ଓ ଅବକାରୀ ସାଟେ ଲାଇଟ ୟୁନିଟ,ଜଳେଶ୍ବର ତରଫରୁ ଆଜି ପୂର୍ବାହ୍ନରେ ସୋରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦେଶୀମଦ ଜବତ କରିବା ସହ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆ ଏବଂ ଅବକାରୀ ସାଟେଲାଇଟ ୟୁନିଟ ଜଳେଶ୍ବର ଓଆଇସି ଏନ.ଜାଗିନ ରାଓଙ୍କ ନେତୃତ୍ୱରେ ଏକଟିମ ସୋର ଥାନା ଅଇଁରୀ ଗ୍ରାମର ଉମାକାନ୍ତ ବାରିକ ନିକଟରୁ ୫ ଲିଟର ଦେଶୀମଦ , ମୂଳେଶ୍ୱର ଗ୍ରାମର ଗୌତମ ପରିଡା ନିକଟରୁ ୧୦୦ ଲିଟର ଦେଶୀମଦ ,କେଦାରପୁର ଗ୍ରାମର ଯଦୁନାଥ ନାୟକ ନିକଟରୁ ୬୦ ଲିଟର ଦେଶୀମଦ ଓ ଖନ୍ତାପଡା ଅଞ୍ଚଳର ପପୁ ସିଂ ନିକଟରୁ ୧୯ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରି ଅପରାହ୍ଣରେ କୋର୍ଟ ଚାଲାଣ କରିଥିଲେ। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ,ଏଏସଆଇ ଆଲୋକ ପ୍ରଧାନ, ରମେଶ ଚନ୍ଦ୍ର ବାରିକ, କିଶୋର ରାଉତ, ମଧୁସୂଦନ ସେଠ, ସାଲାଇ ହେମ୍ବ୍ରମ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ମାନସ ରଞ୍ଜନ ବେହେରା,ଧବୀର ପଟ୍ଟନାୟକ, ଜଗନ୍ନାଥ ନାୟକ , ସୁରଜ ବାଇଗା, ମଧୁସ୍ମିତା ମହନ୍ତ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply