ସୋର-୨୪/୦୭ : ଆଜି ଅପରାହ୍ଣରେ ଖଇରାଥାନା ମାଖନପୁର ଗ୍ରାମର ଜଣେ ଯୁବତୀ ତଥା ଚାଟାର୍ଡÿ୍ ଆକାଉଣ୍ଟ ଛାତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପରେ ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନାକୁ ଆଣାଯାଇ ପରେ ସଂକଟାପନ୍ନ ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ପଠାଇ ଦିଆଯାଇଥିଲା ।
ଏହାପରେ ବାଲେଶ୍ୱରରୁ ତାଙ୍କୁ ପୁଣି କଟକ ପଠାଇ ଦିଆଯାଇଛି । ମାଖନପୁର ଗ୍ରାମର ମୁରଲୀ ଦଳେଇଙ୍କ ଝିଅ ମୁନୀତା (୨୨) ମାନସିକ ଭାରସାମ୍ୟ ହରାଇ ବିଷ ପିଇବା ସହିତ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲାଗାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ । ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବର୍ଣ୍ଣିଂ ଆଇସୋଲେସନ୍ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ।