ସୋର : ସୋର ବ୍ଲକ ନିଶ୍ଚିନ୍ତପୁର ଗ୍ରାମରେ ଜମିବାଡ଼ତିକୁ କେନ୍ଦ୍ରକରି ଗତ ୧୯ ତାରିଖ ଦିନ ବିଲ ମଝିରେ ଭୁଜାଲିରେ ହାଣି ବାପ ପୁଅଙ୍କୁ ହତ୍ୟା କରାଯାଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଗରୁଡ଼କୁ ଆଜି ସୋର ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଗରୁଡ଼ଙ୍କ ପତ୍ନୀ ସାବିତ୍ରୀ ଓ ଦୁଇ ପୁଅ ଶଶିକାନ୍ତ ଓ ରମେଶଙ୍କୁ ପୁଲିସ୍ ଗିରଫ କରି ପୂର୍ବରୁ କୋର୍ଟ ଚାଲାଣ କରିଥିଲା ।
ମାତ୍ର ଏହାର ମୁଖ୍ୟ ସୂତ୍ରଧର ଗରୁଡ଼ ଏବଂ ଏଥିରେ ସଂପୃକ୍ତ ତାଙ୍କର ଦୁଇ ବୋହୂଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଗ୍ରାମବାସୀମାନେ ରାସ୍ତାରୋକ ବେଳେ ଦାବି କରିଥିଲେ । ୨୪ ଘଣ୍ଟା ନପୂରଣୁ ପୁଲିସ୍ ପ୍ରତିଶ୍ରୁତି ମୁତାବକ ଗତକାଲି ସଂଧ୍ୟାରେ ଆଇଆଇସି ମଧୁମିତା ମହାନ୍ତିଙ୍କ ନିଦେ୍ର୍ଦଶରେ ଏଏସଆଇ ପ୍ରଦୀପ ମହାନ୍ତି ଓ ପ୍ରତାପ କାଲୋ ସାଧା ପୋଷାକରେ ଜଗିରହି ଗରୁଡ଼ ଲୁଚି ରହିଥିବା ସ୍ଥାନରୁ ଗିରଫ କରି ଆଜି ସକାଳେ କୋର୍ଟ ଚାଲାଣ କରିଛନ୍ତି ।
