ସୋର- ୨୫/୦୮ : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ନିକଟରେ ଏକ ମାଲ ବୋଝେଇ ଟ୍ରକ ଟ୍ରଲର ପଛପଟୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଟିଏସ୍ ୦୫ୟୁସି୨୨୯୫ ନମ୍ବର ବିଶିଷ୍ଟ ଟ୍ରକଟି ହାଇଦ୍ରାବାଦରୁ ବ୍ଲିଚିଂ ପାଉଡର ବୋଝେଇକରି ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଅଞ୍ଚଳକୁ ଯାଉଥିବା ସମୟରେ ବିଦୁ ନିକଟରେ ଏକ ଟ୍ରଲରକୁ ପଛପଟୁ ଧକ୍କାଦେଇ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟିପଡିଥିଲା ।
ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ତ ଟ୍ରକରେ ଚାପି ହୋଇ ରହିଥିବା ଡ୍ରାଇଭର ତେଲେଙ୍ଗାନା ରାଜ୍ୟର ନାଲଗୁଣ୍ଡା ଜିଲାର ଜି. ୟାଦେୟା ଏବଂ ହେଲପର ନାରଗରପଲ୍ଲୀ ଅଞ୍ଚଳର ରାମାଞ୍ଜନେଲୁଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସୋର ଡାକ୍ତର ଖାନାକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ରାମାଞ୍ଜନେଲୁଙ୍କୁ ସୋରରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି
