Odisha news

ବେଆଇନ୍ କରତକଳରେ ଚଢ଼ାଉ : ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

0

ସୋର : ସୋର ଥାନା ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ଥିବା ଏକ ବେଆଇନ୍ କରତକଳ ଉପରେ ବନ ବିଭାଗ, ରାଜସ୍ୱ ଓ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ସହ ଯନ୍ତ୍ରାଂଶ ଜବତ କରାଯାଇଛି । ଆଜି ସକାଳେ ତହସିଲଦାର ଡ. ଅଶୋକ କୁମାର ଦାସ, ଥାନା  ଭାରପ୍ରାପ୍ତ ଅଧିକାରୀ ମଧୁମିତା ମହାନ୍ତି ,  ବନ ବିଭାଗ ଏସିଏଫ୍ ରଶ୍ମିରଂଜନ ସ୍ୱାଇଁ , ରେଞ୍ଜର କ୍ଷୀରାବ୍ଧି ପ୍ରଧାନ , ଡେପୁଟି ରେଞ୍ଜର ବିଜୟ କୁମାର ମହାପାତ୍ର ଓ ରାଜସ୍ୱ ନିରୀକ୍ଷକ ଶ୍ୟାମସୁନ୍ଦର ମାରାଣ୍ଡି ପ୍ରମୁଖ ବାଲେଶ୍ୱରରୁ ଆସିଥିବା ପୁଲିସ ଫୋର୍ସ ସହାୟତାରେ ଏହି ଚଢ଼ାଉ କରିଥିଲେ । ଅର୍ଜୁନ, ଆକାଶୀ, ଶିରିଶା ସହ ବିଭିନ୍ନ କିସମର କାଠ ଓ ଯନ୍ତ୍ରାଂଶ ଜବତ କରି ଏହି ଓ ମିଲ୍କୁ ସିଲ୍ କରିଛନ୍ତି ।

Nalco
Leave A Reply