ସୋର-୧୪/୦ : -ସୋର ବ୍ଲକ ଅଧୀନ ପାଖର ପଞ୍ଚାୟତ ଅଧୀନ ଚକପଦା ଷ୍ଟାଡିୟମ୍ରେ ଶ୍ରୀ ଶକ୍ତି ବଜରଙ୍ଗୀ କ୍ରିକେଟ୍ ଆସୋସିଏସନ୍ ଓ ସନାତନ ସ୍ମାରକୀ ୯ ଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ପାଣିଗ୍ରାହୀଙ୍କ ପୈାରୋହିତ୍ୟରେ ଆୟୋଜିତ ଟ୍ରଫି ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜଜ୍ କମଳଲୋଚନ ମହାପାତ୍ର ଯୋଗ ଦେଇ ବିଜୟୀ ଟିମ୍ ସହ ରନରସପ୍ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ ।
ଫାଇନାଲ ଖେଳରେ ମହୁମୁହାଁଣ ବାବା ମୁକ୍ତେଶ୍ୱର ଟିମ୍ ଓ ଅଇଁରୀ ପାୱାର ସ୍ପୋଟିଙ୍ଗ୍ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା । ପାୱର ଟିମ୍ ଟସ୍ ଜିତି ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୫ ଓଭରରୁ ୨୧.୧ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୨୪ ରନ୍ ସଂଗ୍ରହ କରିଥିବା ଜବାବରେ ବାବା ମୁକ୍ତେଶ୍ୱର ୧୯ ଓଭରରେ ୫ ଉଇକେଟ୍ ହରାଇ ଚମ୍ପିଆନ୍ ହୋଇଥିଲା । ରାଜାରାମ୍ ମହାନ୍ତିି ଓ ସତ୍ୟବ୍ରତ ପାତ୍ର ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ପିଚ୍ ନିର୍ମାଣ ଦାୟିତ୍ୱରେ ଥିଲେ ଚନ୍ଦ୍ରକାନ୍ତ ପାତ୍ର ।
