Odisha news

ଦେଶୀ ମଦ ପ୍ରସ୍ତୁତ ଓ ବିକିବା ଅଭିଯୋଗରେ ଶାଶୂ ଓ ଇଂଜିନିୟର ବୋହୂ ଗିରଫ : ୧୨ଶହ ଲିଟର ମଦ, ୧ଲକ୍ଷ ଟଙ୍କା ଓ ଇଣ୍ଡିଗୋ କାର ଜବତ୍

0

ଭଦ୍ରକ,୧୪ା୧: ଶାଶୂ ଗୃହିଣୀ । ବୋହୂ ସିଭିଲ ଇଂଜିନିୟରିଂ ପଢ଼ିଥିବା ମହିଳା । କିନ୍ତୁ ବ୍ୟବସାୟ ବେଆଇନ ମଦ କାରବାର । ମଦ ପ୍ରସ୍ତୁତ ସହ ବିଭିନ୍ନ ସ୍ଥାନକୁ ବେଆଇନ ଭାବେ ଚାଲାଣ ମଧ୍ୟ କରୁଥିଲେ । ଏସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନା ଆଧାରରେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଏହି ଥାନା ଅଧିନସ୍ଥ ରମ୍ଭିଳା ପଞ୍ଚାତର ଘୁଷୁରୀପୋଖରୀ ଗ୍ରାମରେ ଆଲ୍ଲାଦୀ ସିଂଙ୍କ ଘର ଉପରେ ମଧ୍ୟାହ୍ନରେ ଚଢ଼ାଉ କରିଥିଲା ।

ଘରର ବାଡ଼ିରେ ଦେଶୀ ମଦ ରନ୍ଧା ଯାଉଥିବା ଦେଖିବାକୁ ପାଇ ଘଟଣାସ୍ଥଳରୁ ଆଲ୍ଲାଦୀଙ୍କ ସମେତ ତାଙ୍କ ବୋହୂ ସରସ୍ୱତୀକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ପୁଲିସ ନଗଦ ୧ଲକ୍ଷ ୫ହଜାର ଟଙ୍କା, ୧୨ଶହ ଲିଟର ଦେଶୀ ମଦ, ମଦ ରନ୍ଧା ସାମଗ୍ରୀ ସମେତ ମଦ କାରବାରରେ ବ୍ୟବହୃତ ଏକ ଇଣ୍ଡିଗୋ କାର ଏବଂ ସ୍କୁଟିକୁ ଜବତ୍ କରିଥିଲା । ପୁଲିସ ଚଢ଼ାଉର ସୂଚନା ପାଇ ଆଲ୍ଲାଦୀଙ୍କର ଦୁଇ ପୁତ୍ର ଫେରାର ହୋଇଯାଇଥିଲେ । ଏସଡିପିଓ ସାର୍ଥକ ରାଏଙ୍କ ସୂଚନା ଅନୁଯାୟୀ ସରସ୍ୱତୀ ଜଣେ ଉଚ୍ଚ ଶିକ୍ଷିତା ମହିଳା । ସେ ସିଭିଲ ଇଂଜିନିୟରିଂ ପାଠ ପଢ଼ିଥିବା ଶୁଣିବାକୁ ପାଇଛୁ । ଏସମ୍ପର୍କରେ ତଦନ୍ତ ଚାଲିଛି ।

Nalco
Leave A Reply