ପୁଅକୁ ରକ୍ଷା କରିବାକୁ ଯାଇ ମାଆର ଜୀବନ ଗଲା । ଶୋକରେ ଫାଟି ପଡୁଛି ପରିବେଶ । ତେର ବର୍ଷର ପୁଅକୁ ହରାଇ ବାପ ହୋଇ ପଡୁଛି ଆତ୍ମହରା । ଏମିତି ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ନଟିଆପାଳ ଗ୍ରାମର । ବିଦ୍ୟୁତ ସର୍ଟରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ନଟିଆପାଳ ନାୟକ ସାହିର ସଞ୍ଜୀବ କୁମାର ନାୟକଙ୍କ ପତ୍ନୀ ଲକ୍ଷ୍ମୀମଣୀ ନାୟକ ଓ ପୁଅ ସପନ କୁମାର ଅପରାହ୍ନରେ ଗୋବରରେ ପାଣି ଦେଇ ଚକୁଟୁ ଥିଲେ । ମୋଟର ପମ୍ପ ଚଲାଇ ର ପାଣି ଆଣୁଥିଲେ । ସପନ ମୋଟର ପମ୍ପ ର ପ୍ଲକ୍ ବାହାର କରୁ ଥିବା ବେଳେ ବିଦ୍ୟୁତ ସର୍ଟ ମାରିଥିଲା । ପୁଅର ଚିତ୍କାର ଶୁଣି ପୁଅକୁ ଉଦ୍ଧାର କରିବାକୁ ଯାଇ ମାଆ ବିଦ୍ୟୁତ ସର୍ଟ ଖାଇଥିଲେ । ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରାଥମିକ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।