Odisha news

ଗୋଟିଏ ସ୍ୱପ୍ନ ଯାହା ବଦଳାଇଦେଲା ଜୀବନ : ମାକୁ ନେଇ ଭ୍ରମଣରେ ଗଲେ ପୁଅ

0

ନୂଆଦିଲ୍ଲୀ : ଆଜିକାଲି ସାମାଜିକ ଗଣମାଧ୍ୟମରେ ଜଣେ ଯୁବ ବ୍ୟବସାୟୀ ସରଥ କୃଷ୍ଣନ ନିଜ ମା ସହିତ ଯାତ୍ରା କରୁଥିବାର ବିଭିନ୍ନ ସ୍ଥାନର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି l ସରଥ ଦେଶର ଅଧିକାଂଶ ସ୍ଥାନକୁ ଯାତ୍ରା ନିଜ ମାଙ୍କ ସହିତ କରିଛନ୍ତି ଓ ଗତ କିଛି ଦିନ ତଳେ ଏହିପରି କରିବାର କାରଣ ମଧ୍ୟ କହିଥିଲେ l ସରଥ କହିଲେ ଗୋଟିଏ ଦିନ ସେ ସ୍ୱପ୍ନରେ ଦେଖିଲେ ତାଙ୍କର ମାଙ୍କର ହାତଧରି ବାରଣାସୀର ଘାଟ ଉପରେ ବୁଲୁଛନ୍ତି ,ପଛରୁ ଭଜନ କୀର୍ତ୍ତନର ଶବ୍ଦ ସୁବୁଛି l କିନ୍ତୁ ଯେତେବେଳେ ସେ ଆଖି ଖୋଲି ଦେଖିଲେ ଜାଣି ପାରିଲେ ଯେ ସେ ନିଜ ଘରେ ତ୍ରିସୁରର ଅଛନ୍ତି ଓ ସ୍ୱପ୍ନ ଦେଖୁଛନ୍ତି l

ସେ କହିଲେ ଯେ ମତେ ଏହା ଅସମ୍ଭବ ଲାଗିଥିଲା କାରଣ ମୁଁ ବାରଣାସୀର ଘାଟ ଗୁଡ଼ିକରୁ ଉଠିଥିବା ସୁଗନ୍ଧ ଗୁଡିକୁ ଅନୁଭବ କରିଥିଲି l ଏହା କିପରି ଏକ ସ୍ୱପ୍ନ ହୋଇପାରେ ,ଏହି କଥାକୁ ନେଇ ସେ ନିଷ୍ପତି ନେଲେ ଓ ବିଛଣା ଉପରୁ ଉଠି ଦୁଇଟି ବିମାନ ଟିକଟ ବୁକ କଲେ l ଏହାପରେ ସେ ରୋଷେଇ ଘରକୁ ଯାଇ ନିଜ ମାଙ୍କୁ କହିଥିଲେ ମା ଚାଲ ଆମେ ଯିବା ମୁଁ ଟିକେଟ ବୁକ କରିଛି l ତାଙ୍କ ମା ଗୀତା ରାମଚନ୍ଦ୍ରନ ପୁଅର ବାରଣାସୀ ଯିବାର ଫିସଲାକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ସେ ଏହାକୁ ନେଇ ବିରୋଧ କରିବା ପାଇଁ ଚେଷ୍ଟା କରିଥିଲେ ,କିନ୍ତୁ ତାଙ୍କର ପୁଅ ଜିଦିଧରି ବସିଥିଲା ଯିବା ପାଇଁ l ଏହାର କିଛି ସମୟ ପରେ ସେ ନିଜର ଲୁଗାପଟାକୁ ବ୍ୟାଗରେ ପୁରାଇ କୋଚି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଁଚିଲେ l

ସରଥ ସେହି କଥାକୁ ମାନେ ପକାଇ କହିଛନ୍ତି ଆମେ ବିମାନରେ ବସି ସନ୍ଧ୍ୟା ୭ଟା ବେଳକୁ ବାରାଣସୀରେ ପହଂଚିଗଲୁ l ଏହାପରେ ମୁଁ ମୋ ମାଙ୍କ ହାତଧରି ବାରଣାସୀର ଘାଟ ନିକଟକୁ ଚାଲିଗଲୁ l ବର୍ତ୍ତମାନ ତାଙ୍କ ମାଙ୍କ ପାଇଁ ଏହା କୌଣସି ଆଶ୍ଚର୍ଯ୍ୟର କଥାନୁହେଁ l ୩୦ ବର୍ଷୀୟ ସରଥ ଆଜିକାଲିର ଯୁବକ ହୋଇ ମଧ୍ୟ କୁହନ୍ତି ମାଙ୍କ ସହିତ ଯେକୌଣସି ଯାତ୍ରା କରିବା ମତେ ସ୍ୱର୍ଗ ସୁଖର ଅନୁଭୂତି ଦେଇଥାଏ l ତାଙ୍କ ମା ପୁଅଙ୍କ ଯୋଡି ତିନିମାସକୁ ଥରେ ଏହିଭଳି ଯାତ୍ରା କରିଥାନ୍ତି l ଗୀତା କହିଛନ୍ତି ମୋର ପ୍ରଥମ ଯାତ୍ରା ନାସିକ ଥିଲା ଯେଉଁଠି ମୁଁ ସିରିଡ଼ି ସାଇ ଧାମକୁ ଯାଇଥିଲି l ସେମାନେ ଦେଶର ଅଧିକାଂଶ ସ୍ଥାନ ଏକ ସାଙ୍ଗରେ ବୁଲି ପାରିଛନ୍ତି l ଗୀତାଙ୍କର ବୟସ ୬୦ ବର୍ଷ ଅଟେ ଓ ସେ ମଧୁମେହ ରୋଗରେ ପୀଡିତ ଅଛନ୍ତି l

Nalco
Leave A Reply