Odisha news

ବ୍ୟାଣ୍ଡ୍ ପାର୍ଟି ବାଜାର ଶବ୍ଦ ଶୁଣି ରହିପାରିଲେନି ଯୁବକ : PPE କିଟ୍ ପିନ୍ଧି ନାଚିବାକୁ ଲାଗିଲେ

0

ନୂଆଦିଲ୍ଲୀ : ବର୍ତ୍ତମାନ ବିବାହର ଋତୁ ଚାଲିଛି ,ଏହି ବିବାହ ଋତୁରେ ଅତି କମ ଲୋକ ସାମିଲ ହେଉଛନ୍ତି କାରଣ ବର୍ତମାନ କରୋନା ମହାମାରୀର ସମୟ l ଆପଣ ଦେଖିଥିବେ ଯେ ବାହାଘରେ ଯେତେ କମ ଲୋକ ଥାନ୍ତୁ ପଛେ ନାଚିବା ଆଜିକାଲି ଯେପରି ଗୋଟିଏ ମୁଖ୍ୟ ଫେସନ ହୋଇ ଯାଇଛି l ଅଧିକାଂଶ ନାଚ ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥାଏ l କରୋନା ସମୟରେ ଏହି ପରି ଗୋଟିଏ ବିବାହ ଉତ୍ସବର ନାଚ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ,ଯେଉଁଠାରେ ଦେଖା ଯାଇଥିଲା ଜଣେ ବ୍ୟକ୍ତି PPE କିଟ୍ ପିନ୍ଧି ନୁର୍ତ୍ୟ ପରିବେଷଣ କରୁଥିଲା ଓ ସେ ବ୍ୟାଣ୍ଡ ପାର୍ଟି ବାଲାଙ୍କ ତାଳରେ ନାଚି ଚାଲିଥିଲା l

ଏହି ଭିଡ଼ିଓଟି ରାଜସ୍ଥାନ ଯୋଦ୍ଧପୁରର ଅଟେ l ସାମିଜିକ ଗଣମାଧ୍ୟମରେ ଏହି ବ୍ୟକ୍ତି ଜଣଙ୍କ ନାଚକୁ ଖୁବ ପ୍ରଶଂସା କରି ତାହାକୁ କରୋନା ଡ୍ୟାନ୍ସର ନାମ ଦେଇଛନ୍ତି l ଏହି ଭିଡିଓଟିରୁ ଖବର ନେବାରୁ ଜଣ ପଡିଲା ଯେ ବ୍ୟକ୍ତି ଜଣଙ୍କ ଏହି ବିବାହ ଉତ୍ସବରେ ସାମିଲ ହେବ ପାଇଁ ଦୀର୍ଘ ଯାତ୍ରାକାରୀ ବିପହଂଚିଥିଲେ ଓ ତାଙ୍କୁ ହୋମ ଆୟୁସଲେସନରେ ରଖ ଯାଇଥିଲା l କିନ୍ତୁ ବିବାହ ଚାଲିଥିବା ବେଳେ ବ୍ୟାଣ୍ଡ ପାର୍ଟି ବାଜିବାରୁ ସେ ନିଜକୁ କାବୁ କରିପାରି ନଥିଲେ l ତେଣୁ ସମ୍ପୂର୍ଣ ସୁରକ୍ଷା ସହିତ PPE କିଟ୍ ପିନ୍ଧି ନାଚିବାକୁ ଲାଗିଥିଲେ l

Nalco
Leave A Reply