Odisha news

ଗରିବ ଘରର ସୁନା ଥାଳି କୁହାଯାଉଥିବା କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ୩ଟି ଫାଇଦା ମିଳିବ

0

ଦକ୍ଷିଣ ଭାରତରେ ଆଜି ମଧ୍ୟ କଦଳୀ ପତ୍ର ଉପରେ ଖାଇବାର ପରମ୍ପରା ରହିଛି l ଧାତୁର ପତ୍ର ଅନୁସାରେ କଦଳୀ ପତ୍ରରେ ଖାଇବା ଉପରେ ପ୍ରାଥମିକତା ଦିଅ ଯାଇଥାଏ l କଦଳୀ ପତ୍ରରେ ଖାଇବା ଭାରତର ଗୋଟିଏ ପ୍ରାଚୀନ ପରମ୍ପରା ଅଟେ l ଆଗକାଳରେ ଲୋକ ମାନେ ସୁସ୍ଥ ରହିବ ପାଇଁ ଅଧିକ ଧ୍ୟାନ ଦେଉଥିଲେ l ତେଣୁକରି ସେମାନେ ଵିଶେତ ନିଜର ଦୈନଦିନ ଜୀବନ ଚର୍ଯ୍ୟା ଓ ଖାଦ୍ୟ ଖାଇବାର ଶୈଳୀକୁ ପ୍ରାଥମିକତା ଦେଉଥିଲେ l ଆମ ଦେଶରେ କଦଳୀ ପତ୍ରକୁ ଶୁଭ ଓ ଅଧିକ ସ୍ୱାସ୍ଥ୍ୟକର ବୋଲି ଗଣନା କରାଯାଏ l ଭଗବାନଙ୍କୁ କଦଳୀ ପତ୍ରରେ ପ୍ରସାଦ ଅର୍ପଣ କରାଯାଇଥାଏ l କିନ୍ତୁ କଦଳୀ ପାତ୍ରରେ ମଧ୍ୟ କିଛିଟା ଔଷଧୀୟ ଗୁଣ ରହିଛି ତାହା ହୁଏତ ଆପଣ ମାନେ ଜାଣି ନଥିବେ l ଆଜି ଆସନ୍ତୁ ସେ ବିଷୟରେ ଜାଣିବା l

* କଦଳୀ ପତ୍ରରେ ରହିଛି ଆଣ୍ଟିଆକ୍ସିଡେଣ୍ଟ -କଦଳୀ ପତ୍ର ଉପରେ ଖାଇବା ମୁଖ୍ୟ ଲାଭଟି ହେଲା ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ l ତା ସହିତ ଏହା ମଧ୍ୟ ଏକ ଲୋକପ୍ରିୟ ଖାଦ୍ୟ ପ୍ରଣାଳୀ ଅଟେ l ଏହି ପତ୍ର ଗଛରୁ ସିଧା ସଳଖ ଯୌଗିକ ଯୁଇପାରି କି ଏପିଗାଲୋକେଟେଚିନ ଓ ଅନ୍ୟ ଶକ୍ତିଶାଳୀ ଆଣ୍ଟିଆକ୍ସିଡେଣ୍ଟରେ ଭରପୁର ହୋଇଥାଏ l ଏହା ଆପଣଙ୍କ ଇମ୍ୟୁନିଟି ବଢାଇବା ସହିତ ଖାଦ୍ୟର ପୋଷଣକୁ ଭରପୁର ରଖିବାରେ ସାହାଯ୍ୟ କରିଥାଏ l ଯେହେତୁ ଆମେ କଦଳୀ ପତ୍ରକୁ ସିଧା ସଳଖ ଖାଇ ପାରିବ ନାହିଁ ତେଣୁ ତା ଉପରେ ଖାଦ୍ୟ ରଖି ତାର ପୋଷଣକୁ ଅବା ଶୋଷଣ କରି ନିଜ ଶରୀର ପାଇଁ ବ୍ୟବହାର କରି ପାରିବ l

* ଏହା ରୋଗାଣୁକୁ ଦୂର କରିଥାଏ – କୁହାଯାଏ ଯେ କଦଳୀ ପତ୍ର ଆଣ୍ଟିବ୍ୟାକ୍ଟେରିଆ ଗୁଣରେ ଭରପୁର ଅଟେ l ଏହି ଗୁଣ ବିଭିନ୍ନ ପ୍ରକାରର ରୋଗାଣୁକୁ ନଷ୍ଟ କରି ଆମ ଶରୀରକୁ ରକ୍ଷା କରିଥାଏ l ପତ୍ର ଉପରେ ଥିବା ଖାଦ୍ୟ ରୋଗାଣୁ ମୁକ୍ତ ହେବ ସହିତ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ଏହା ବ୍ୟତୀତ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢିଥାଏ l

* କଦଳୀ ପତ୍ରରେ ଖାଇବାର ସ୍ୱଚ୍ଛ ଉପାୟ -ଆମେ କୌଣସି ଧାତୁର ବାସନରେ ଖାଇବା ଅପେକ୍ଷା କଦଳୀ ପତ୍ରରେ ଖାଇବା ଆମପକ୍ଷ ଏକ ସ୍ୱଚ୍ଛ ଉପାୟ ଅଟେ l ଆମର ବାସନ ଗୁଡିକ କୌଣସି ରସାଇନୀକ ପଦାର୍ଥରେ ଧୁଆ ହୋଇଥାଏ ,ଯାହା ଦ୍ୱାରା ଆମେ ଭାବିବା ଭୁଲ ହେବ ଯେ ଏହି ରସାଇନୀକ ଦ୍ରବ୍ୟ ପାଣିରେ ଧୋଇବା ଦ୍ୱାରା ଆମ ବାସନରୁ ଛାଡି ଯାଇଛି ବୋଲି l କିନ୍ତୁ ଏହି ଧାରଣା ଭୁଲ ଅଟେ l କଦଳୀ ପତ୍ରକୁ କୌଣସି ରସାଇନୀକ ପଦାର୍ଥ ଦ୍ୱାରା ସଫା କରାଯାଏ ନାହିଁ l ଏହାକୁ ଆମେ କେବଳ ପ୍ରାକୃତିକ ଉପାୟରେ ସାଧାରଣ ପାଣି ସାହାଯ୍ୟରେ ସଫା କରି ଖାଦ୍ୟ ଖାଇ ଥାଉ l ତେଣୁକରି କଦଳୀ ପତ୍ର ଅନ୍ୟ ଧାତୁର ବାସନା ଠାରୁ ଆମ ଶରୀର ପାଇଁ ହିତକର ଅଟେ l

Nalco
Leave A Reply