ଆଠଗଡ଼ ତା ୦୪-୦୭-୨୨ ଫୁଲ ତୋଳୁଥିବା ସମୟରେ ସର୍ପାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ବିଳାସିନୀ ମହାରଣା (୫୧) ବର୍ଷ ।ଘଟଣାରୁ ପ୍ରକାଶ ଯେ ଉତ୍ତର ବାଙ୍କୀ ବ୍ଲକ ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତ ଘୋଳପୁର ବାଉତୀସାହିର ଦାମୋଦର ମହାରଣା ଙ୍କ ଅବିବାହିତା ଝିଅ ବିଳାସିନୀ ମହାରଣା ଆଜି ଭୋର ସକାଳ ସମୟରେ ନିଜ ବାରିରେ ଫୁଲ ତୋଳୁଥିବା ସମୟରେ ଏକ ବିଷାକ୍ତ ସାପ କାମୁଡିବାରୁ ସେ ଘରକୁ ଆସି ବେହୋସ୍ ହୋଇ ପଡିଥିଲେ ।ପରେ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଫିସର ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି।
