ନୂଆପଡା ଜିଲ୍ଲା କୋମନା କୃଷ୍ଣା ଛକ ୩୫୩ ନଂମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁଘଟଣା, ବାପା ପୁଅ ସହ ଶଳା ଓ ଭିଣୋଇ ୪ ଜଣଙ୍କର ମୃତ୍ୟୁ
ନୂଆପଡା ଜିଲ୍ଲା କୋମନା କୃଷ୍ଣା ଛକ ୩୫୩ ନଂମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁଘଟଣା, ବାପା ପୁଅ ସହ ଶଳା ଓ ଭିଣୋଇ ୪ ଜଣଙ୍କର ମୃତ୍ୟୁ ଗୁରୁତର ଅବସ୍ଥାରେ ସ୍ତ୍ରୀ ନୂଆପଡା ରେ ଚିକିତ୍ସିତ। ନୂଆପଡା-୪/୭ (ସବ୍ୟୁ) କୋମନା ବ୍ଲକ ଜାତୀୟ ରାଜପଥ — ୩୫୩ ନମ୍ବର, କୃଷ୍ଣା ଛକ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶଳା ଭିଣୋଇ ଗୋଟିଏ ହୋଣ୍ଡା ସାଇନ ନମ୍ବର – ଓଡ଼ି -୨୬- ଡି-୩୭୬୯ ବାଇକ ରେ ହାତିସରା ଗ୍ରାମକୁ ଯାଇଥିଲେ। ସେଠାରୁ ଭଜନ ମାଝୀଙ୍କ ତିନି ଜଣ ମିଶି ପାଞ୍ଚ ଜଣ ଗୋଟିଏ ବାଇକ ରେ ଆସୁଥିବା ବେଳେ ପଛ ପଟୁ ଏକ ଟ୍ରକ ରେ ପିଟି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ଖଡ଼ିଆଳ ବ୍ଲକ ଖନତରାଇ ଗ୍ରାମର ରମେଶ ମାଝୀ, କୋମନା ବ୍ଲକ ର ସନଵାହଲି ଗ୍ରାମର ନୀଳ ମାଝୀ ଏବଂ ହାତୀସରା ଗ୍ରାମର ଭଜନ ମାଝୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଭଜନ ମାଝୀଙ୍କ ଶିଶୁ ଦୁର୍ଯ୍ୟୋଧନ ମାଝୀ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ମୃତ୍ୟୁ ହୋଇଅଛି। ଭଜନ ଙ୍କ ସ୍ତ୍ରୀ କୁନ୍ତଳା ମାଝୀ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଅଛି।
