ଝାରଖଣ୍ଡ : ଝାରଖଣ୍ଡର ସିମଡେଗାରେ ସାପ କାମୁଡିବା ପରେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋପି ରାତିଯାକ ତିନି ଭଉଣୀଙ୍କୁ ଝଡ଼ାଫୁଙ୍କl କରାଯାଇଥିଲା l ସାପ କାମୁଡିବା ପରେ ତିନି ଭଉଣୀଙ୍କୁ ଡାକ୍ତର ପାଖକୁ ନିଆଯିବ ପରିବର୍ତେ ଝଡ଼ାଫୁଙ୍କାର ଆଶ୍ରୟ ନେଇଥିଲେ l
ଏହି ତିନି ଭଉଣୀ ଯେତେବେଳେ ତଳେ ଏକ ସହିତ ସୋଇଥିଲେ ସେତେବେଳେ ସାପ ଏକାସାଙ୍ଗରେ କାମୁଡି ଥିଲା l ଏହି ଗାଁଟିରେ ନେଟୱାର୍କର ସୁବିଧା ନଥିବା ହେତୁ ଗାଁ ଲୋକମାନେ ଆମ୍ବୁଲାନ୍ସକୁ କଲ କରି ପାରିଲେ ନାହିଁ l ଏହା ପରେ ସେମାନେ ଏହି ଝିଅ ତିନିଟିଙ୍କୁ ନେଇ ଗୋଟିଏ ତାନ୍ତ୍ରିକ ପାଖକୁ ଯାଇଥିଲେ l
ତାନ୍ତ୍ରିକାଟି ସାରାରାତି ପୂଜାପାଠ କରି ଝଡ଼ାଫୁଙ୍କା କରିଥିଲା l କିନ୍ତୁ ତିନି ଭଉଣୀଙ୍କର ଜୀବନ ରକ୍ଷା ହୋଇ ପାରିଲା ନାହିଁ l ସେମାନଙ୍କର ବୟସ ଯଥାକ୍ରମେ ୧୨ ବର୍ଷ ,୧୦ ବର୍ଷ ଓ ୮ବର୍ଷ ଅଟେ l ରାତିସାରା ଝଡ଼ାଫୁଙ୍କା ପରେ ସେମାନେ ନବଞ୍ଚିବାରୁ ସକାଳୁ ପୋଲିସର ହସ୍ତକ୍ଷପ ପରେ ଡାକ୍ତର ପାଖକୁ ଘର ଲୋକ ନେଇ ଯାଇଥିଲେ l ସେଠାରେ ପହଁଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ପରିଜନ ମାନଙ୍କୁ ଡାକ୍ତରଙ୍କ କଥା ଉପରେ ବିଶ୍ୱାସ ହେଲା ନାହିଁ ଓ ତିନି ଭଉଣୀଙ୍କ ଶବକୁ ନେଇ ଆଉଥରେ ଝଡ଼ାଫୁଙ୍କା କରିବା ପାଇଁ କଥିତ ଭାବରେ ଅନ୍ୟ ଗୋଟିଏ ତାନ୍ତ୍ରିକ ପାଖକୁ ଓଡିଶା ନେଇ ଯାଇଥିଲେ l
