Odisha news

ବାଲେଶ୍ୱର ଉପନିର୍ବାଚନ : ଧ୍ରୁବଙ୍କ ଗୋଟିଚାଳନା, ଗୋଟିଏ ମଚଂରେ ସବୁ ଏକାଠି, ରୋଚକମୋଡରେ ନିର୍ବାଚନୀ ରାଜନୀତି

0

ପଟ୍ଟାମୁଣ୍ଡାଇ : ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ତାରକା ପ୍ରଚାରକ ବ୍ୟତୀତ ବଛା ବଛା ନେତାଙ୍କୁ ନିର୍ବାଚନ ମୈଦାନରେ ଛାଡିଛନ୍ତି । ନବୀନଙ୍କ ସୁଚିନ୍ତିତ ରଣନୀତି ଆଗରେ ବିରୋଧୀଙ୍କ ସବୁ ଚାଲ ବିଫଳ ହୋଇଛି । ବରିଷ୍ଠଙ୍କୁ ପ୍ରାଧାନ୍ୟ ଦେଲେ ମଧ୍ୟ ଯୁବନେତୃତ୍ୱକୁ ଆଗକୁ ଛାଡି ନବୀନ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଓଡିଶା ରାଜନୀତିର ଅନ୍ୟତମ ସଫଳ ଯୁବନେତୃତ୍ୱ ରାଜନଗର ନିର୍ବାଚନମଣ୍ଡଳୀର ଅନୁଭବୀ ଅଭିଜ୍ଞ ବିଧାୟକ ଧ୍ରୁବ ସାହୁଙ୍କୁ ବାଲେଶ୍ୱର ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରି ନବୀନ ଯୁବ ଓ ଛାତ୍ରବର୍ଗଙ୍କୁ ବିଶେଷ ବାର୍ତା ଦେଇଛନ୍ତି ।

ବାଲେଶ୍ୱର ବିଧାନସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ଅନିଶ୍ଚିତତା ଓ ଦ୍ୱନ୍ଦ ଦେଖା ଦେବାରୁ ଦଳରପ୍ରଚାର କାର୍ଯ୍ୟ ପ୍ରଭାବିତ ହୋଇଥିଲା । ମାତ୍ର ଅନୁଭବୀ ଯୁବନେତୃତ୍ୱ ରାଜନଗର ବିଧାୟକ ଧ୍ରୁବ ସାହୁ ବରିଷ୍ଠନେତା ଓ ମନ୍ତ୍ରୀଙ୍କ ସହଯୋଗରେ ସ୍ୱତନ୍ତ୍ର ଗୋଟିଚାଳନା କରି ବିଜେଡି ଦଳର ସମସ୍ତ ଗୋଷ୍ଠୀର ନେତା ଓ କର୍ମୀମାନଙ୍କୁ ଗୋଟିଏ ଛାତ ତଳେ ଏକାଠି କରି ପ୍ରଚାର ଅଭିଯାନକୁ ଜୋରଦାର କରିବା ସହିତ ବିରୋଧୀଦଳ ପାଇଁ ଚ୍ୟାଲେଞ ସୃଷ୍ଟି କରିଛନ୍ତି ।

ବାଲେଶ୍ୱର ସଦର ବ୍ଲକ ଓ ମୁନିସିପାଲିଟି ଅଚଂଳ ଘନ ଘନ ଗସ୍ତ କରି ପ୍ରଭାବୀ ଢଙ୍ଗରେ ପ୍ରଚାର କାର୍ଯ୍ୟ କରିବା ଦ୍ୱାରା ଦଳର ନେତା ଓ କର୍ମୀମାନେ ଉସôାହିତ ହୋଇପଡିଛନ୍ତି । ରାଜନଗର ବିଧାୟକ ଧ୍ରୁବଙ୍କ ସହିତ ଗୋଟିଏ ମଚଂରେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ସୁଦାମ ମାରାଣ୍ଡି, ମନ୍ତ୍ରୀ ନବକିଶୋର ଦାସ, ପୂର୍ବତନମନ୍ତ୍ରୀ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନମନ୍ତ୍ରୀ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ବିଧାୟକ ପ୍ରଭାତ ରଞନ ବିଶ୍ୱାଳ, ଜୀବନପ୍ରଦୀପ ଦାସ,ଅରୁଣ ଦେ, ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ପୂର୍ବତନ ସାଂସଦ ରବିନ୍ଦ୍ର ଜେନା, ପ୍ରାକ୍ତନ ଜିଲ୍ଲା ଯୁବବିଜେଡି ସଭାପତି ଯଯାତି ଦାସ ପ୍ରମୁଖ ବିଜେଡି ଦଳର ସବୁ ଗୋଷ୍ଠୀର ନେତା, ମହିଳାନେତ୍ରୀ ,ଯୁବ ଓ ଛାତ୍ରନେତାମାନେ ସାମିଲ ହୋଇ ଦଳର ନିର୍ବାଚନ ପ୍ରଚାର ଓ ନିର୍ବାଚନୀ ଫଳାଫଳକୁ ନିର୍ଣ୍ଣାୟକ ମୋଡରେ ପହଁଚାଇଛନ୍ତି ।

Nalco
Leave A Reply