ଗୋଟିଏ ଅଜଗର ଏକ ବିଲୁଆକୁ ଶିକାର କରି ଗାଁ ନିକଟରେ ଥିବା ଜଙ୍ଗଲରେ ଆରାମରେ ବସିଥିଲା ,କିନ୍ତୁ ସେହି ସମୟରେ ଗ୍ରାମବାସୀ ମାନେ ସେଠାରେ ପହଞ୍ଚି ପାଟି କରିବାକୁ ଲାଗିଲେ l ଅଜଗରଟି ବିଚଳିତ ହୋଇ ବିଲୁଆଟିକୁ ପାଟିବାଟେ ବାହାର କରି ଦେଇଥିଲା l ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରlଲ ହେବାରେ ଲାଗିଛି l ମଣ୍ଡଳl ଜିଲ୍ଲାର କାହ୍ନl ନେସନାଲ ପାର୍କ ସହିତ ଲାଗିଥିବା ଅଂଚଳରେ ଗୋଟିଏ ଅଜଗର ଏକ ବିଲୁଆକୁ ଶିକାର କରିଥିଲା l ଅଜଗରଟି ବିଲୁଆକୁ ସମ୍ପୂର୍ଣ ଭାବରେ ଗିଳି ଦେଇଥିଲା l କିନ୍ତୁ ସରହୀ ଗ୍ରାମର କିଛି ଗ୍ରାମବାସୀ ଏହି ଘଟଣାକୁ ଜଙ୍ଗଲରେ ଦେଖିଥିଲେ l ତେଣୁ ସେମାନେ ଜୋରରେ ପାଟିକରିବାକୁ ଲାଗିଲେ l
ଏହା ଦ୍ୱାରା ଅଜଗରଟି ବିଚଳିତ ହୋଇଯାଇ ବିଲୁଆଟିକୁ ବାନ୍ତି କରିଥିଲା l ଧୀରେଧୀରେ ସେଠାରେ ଭିଡ ଜମିବାକୁ ଲାଗିଲା l ସେହି ଜନସାଧାରଣଙ୍କ ମଧ୍ୟରୁ କେହି ଜଣେ ନିଜ ମୋବାଇଲରେ ଏହି ଭିଡିଓଟିକୁ ରେକଡିଂ କରିଥିଲା l ତାପରେ ଏହା ଭାଇରlଲ ହେବାକୁ ଲାଗିଲା l ଏହାପରେ ବନବିଭାଗ ସେଠାରେ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ l
କାହ୍ନl ଟାଇଗର ରିଜର୍ଭର DFO କହିଛନ୍ତି କିପରି ଭାବରେ ଜଙ୍ଗଲରୁ ବାହାରି ଅଜଗରଟି ବିଲୁଆକୁ ଶିକାର କରିଥିଲା ସେ ବିଷୟରେ ଆମେ ତଥ୍ୟ ଦେଇପାରିବୁ ନାହିଁ l କିନ୍ତୁ ଏହି ଅଜଗରଟି ଗୋଟିଏ ଦୁର୍ଲଭ ପ୍ରଜାତିର ଅଜଗର ଥିଲା l ଯାହାକୁ ଆମେ ପୁର୍ନବାର ଜଙ୍ଗଲରେ ଛାଡି ଦେଇଛୁ l
