Odisha news

କାହାର ଆଦେଶରେ ଅର୍ଜୁନଙ୍କ ରଥର ଧ୍ୱଜରେ ବିରାଜମାନ କରିଥିଲେ ହନୁମାନ

0

ମାହାଭାରତରେ ହନୁମାନ ଓ ଭୀମଙ୍କର ସାକ୍ଷାତ୍କାରକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥାଏ l ଏକ କଥା ଅନୁସାରେ ଯେତେବଳେ ହନୁମାନ ଓ ଭୀମଙ୍କର ସାକ୍ଷାତ୍କାର ହୋଇଥିଲା ସେତେବେଳେ ହନୁମାନ ଭୀମଙ୍କର ଅହଂକାର ଭଙ୍ଗ କରିଥିଲେ l ଦୂରଦର୍ଶନରେ ଅସି ଦଶକରେ ପ୍ରସାରିତ ହୋଇଥିବା ଅତ୍ୟନ୍ତ ଲୋକପ୍ରିୟ ଟିଭି ଧାରାବାହିକ ମହାଭାରତରେ ମଧ୍ୟ ହନୁମାନଙ୍କ ପ୍ରସଙ୍ଗ ଦେଖାଯାଇଥିଲା l କିନ୍ତୁ ହନୁମାନଙ୍କର ଆଉ ଗୋଟିଏ ପ୍ରସଙ୍ଗ ରହିଛି ଯାହା ବିଷୟରେ ଖୁବ କମ ଲୋକ ଜାଣିଛନ୍ତି l ଏହି ପ୍ରସଙ୍ଗରେ ହନୁମାନ ଓ ଅର୍ଜୁନଙ୍କର ସାକ୍ଷାତ୍କାର ହୋଇଥିଲା l ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ସାକ୍ଷାତ୍କାର ହୋଇଛି ଅର୍ଜୁନ ଅହଂକାରରେ ହନୁମାନଙ୍କୁ କହିଛି କି ମୁଁ ଆପଣଙ୍କ ସମୟର ହୋଇଥିଲେ ପଥରର ରାମ ସେତୁ ତିଆରି କରିବା ବଦଳରେ ନିଜ ଧନୁ ସାହାଯ୍ୟରେ ସୁଦୃଢ ସେତୁ ତିଆରି କରିଦେଇଥାନ୍ତି l

ଆପଣଙ୍କ ପ୍ରଭୁ ଶ୍ରୀ ରାମ କାହିଁକି ଏପରି କଲେ ନାହିଁ  କଣ ସେ ଏହପାଇଁ ଉପଯୁକ୍ତ ନଥିଲେ ?ଅର୍ଜୁନଙ୍କ କଥା ଶୁଣି ହନୁମାନ କହିଥିଲେ ସେଠାରେ ଧନୁରେ ତିଆରି ହୋଇଥିବା ସେତୁ କାମ କରିପରି ନଥାନ୍ତା l ଯଦି ଆମର ଗୋଟିଏ ବାନର ସେହି ସେତୁ ଉପରେ ଚଢି ଥାନ୍ତା ତେବେ ତାହା ଭାଙ୍ଗି ଯାଇଥାନ୍ତା l ତାଙ୍କ କଥାର ପ୍ରତିଉତ୍ତର ଦେବାକୁ ଯାଇ ଅର୍ଜୁନ କହିଥିଲେ ସାମ୍ନାରେ ଥିବା ସରୋବରରେ ମୁଁ ନିଜ ଧନୁ ସାହାଯ୍ୟରେ ସେତୁ ତିଆରି କରିବି ଆପଣ ସେହି ସେତୁ ଉପରେ ଚାଲି ପାରିବେ ତାହା କଦାପି ଭାଙ୍ଗିବା ନାହିଁ l ଯଦି ଆପଣ ଚାଲିବl  ଦ୍ୱାରା ସେତୁ ଭାଙ୍ଗିଯାଏ ତେବେ ମୁଁ ଅଗ୍ନିରେ ପ୍ରବେଶ କରିଯିବି l ଯଦି ନଭାଙ୍ଗିଲ ତେବେ ଆପଣଙ୍କୁ ଅଗ୍ନିରେ ପ୍ରବେଶ କରିବାକୁ ପଡିବ l ହନୁମାନ ଅର୍ଜୁନଙ୍କର ଏହି କଥାକୁ ଗ୍ରହଣ କରିଥିଲେ l ହନୁମାନ ଅର୍ଜୁନଙ୍କ ତିଆରି ସେତୁ ଉପରେ ପ୍ରଥମ ପାଦ ରଖିବା କ୍ଷଣି ତାହା ହଲିବାକୁ ଲାଗିଥିଲା l

ଦୁତୀୟା ପାଦ ରଖିବା କ୍ଷଣି ତାହା ଦବିବାକୁ ଲାଗିଲା ଓ ତୃତୀୟ ପାଦ ରଖିବା ଦ୍ୱାରା ସେତୁଟି ସରୋବରର ଜଳ ରକ୍ତରେ ଲାଲ ହୋଇଗଲା l ଏହାପରେ ହନୁମାନ ସେତୁ ଉପରୁ ତଳକୁ ଓଲ୍ହାଇ ଆସିଲେ ଓ ଅର୍ଜୁନଙ୍କୁ କହିଲେ ଅଗ୍ନି ସଂଯୋଗ କରିବା ପାଇଁ l ଅଗ୍ନି ପ୍ରଜ୍ୱଳିତ ହେବl କ୍ଷଣି ହନୁମାନ ଅଗ୍ନି ଭିତରକୁ ଡେଇଁବାକୁ ଯାଉଥିଲେ ,ସେହି ସମୟରେ ଭଗବାନ ଶ୍ରୀ କୃଷ୍ଣ ପ୍ରକଟ ହୋଇଗଲେ l ଶ୍ରୀ କୃଷ୍ଣ କହିଲେ-ହେ ହନୁମାନ ଆପଣଙ୍କର ତୃତୀୟ ପାଦ ସେତୁ ଉପରେ ପଡିଲା ,ସେହି ସମୟରେ କଚ୍ଛପ ହୋଇ ସେତୁ ତଳେ ସୋଇ ରହିଥିଲି l ଆପଣଙ୍କ ଶକ୍ତି ଦ୍ୱାରା ଆପଣଙ୍କ ପାଦ ରହିବl କ୍ଷଣି ମୁଁ କଚ୍ଛପ ରୂପରୁ ରକ୍ତ ସ୍ରାବ ହେଲା l ଏହି ସେତୁ ଆପଣଙ୍କର ପ୍ରଥମ ପାଦରେ ଭାଙ୍ଗି ଯାଇଥାନ୍ତା ଯଦି ମୁଁ କଚ୍ଛପ ରୂପରେ ତଳେ ରହି ନଥାନ୍ତି l ଏହା ଶୁଣି ହନୁମାନ କ୍ଷମା ମାଗିଥିଲେ ଓ କହିଥିଲେ ମୋର ଏହି ପରାଧ କିପରି ଦୂର ହେବ l

ଏହି ସମସ୍ତ ଘଟଣା ଦେଖି ଅର୍ଜୁନ ମଧ୍ୟ ପଶ୍ଚାତାପ ଅନୁଭବ କରିଥିଲେ ଓ ସେ ହନୁମାନ ଏବଂ ପ୍ରଭୁ ଶ୍ରୀ କୃଷ୍ଣଙ୍କୁ କ୍ଷମା ମାଗିଥିଲେ l ସେହି ସମୟରେ ଶ୍ରୀ କୃଷ୍ଣ ହନୁମାନଙ୍କୁ କହିଥିଲେ ଏହି ସମସ୍ତ ଘଟଣା ମୋ ଇଛାରେ ହୋଇଛି l ଆପଣ ଦୁଃଖୀ ହୁଅନ୍ତୁନାହିଁ ମୋର ଇଛା ରହିଛି ଯେ ଆପଣ ଅର୍ଜୁନଙ୍କର ରଥର ଧ୍ବଜାରେ ସ୍ଥାନ ଗ୍ରହଣ କରନ୍ତୁ l ଏହି କାରଣରୁ ହନୁମାନ ଅର୍ଜୁନଙ୍କ ରଥର ଧ୍ଵଜାରେ ବିରାଜମାନ ହୋଇଥିଲେ l ଯାହା ଦ୍ୱାରା ଅର୍ଜୁନ ସମସ୍ତ କଠିନ ପରିସ୍ଥିତିରୁ ଉଦ୍ଧାର ପାଇଥିଲେ l

Nalco
Leave A Reply